ଭଦ୍ରକ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ଯାଜପୁରର ୬ଜଣ,ଅଜ୍ଞାତଙ୍କୁ ଖୋଜିବାରେ ସହଯୋଗ ଲୋଡ଼ିଲେ ଜିଲ୍ଲାପାଳ

1 min read

ଭଦ୍ରକ:  ଆଜି ରାଜ୍ୟରେ ଆଉ ୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଭଦ୍ରକର ୫ଜଣ ଏବଂ ବାଲେଶ୍ୱରରେ ୨ଜଣଙ୍କୁ ଚିହ୍ନଟ କରାଯାଇଛି । ଭଦ୍ରକରେ ଆଜି ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଯାଜପୁର ଜିଲ୍ଲା ଷଠିପୁର ଅଞ୍ଚଳର ୬ଜଣ ଆସିଛନ୍ତି । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ସୂଚନା ଅନୁସାରେ, ଗତ ୨୯ ତାରିଖରେ କୋଲକାତାର ବଡ଼ ବଜାର ଅଞ୍ଚଳରୁ ଏକ ମାରୁତି ଓମ୍‌ନି ଭ୍ୟାନ୍‌ରେ ୭ଜଣ ଓଡ଼ିଶା ଆସିଥିଲେ। ଏବଂ ୩୦ତାରିଖ ଦିନ ସକାଳ ସାଢେ ୬ରେ ସେମାନଙ୍କ ମଧ୍ୟରୁ ଜଣେ ଭଦ୍ରକର ସଂକ୍ରମିତ ନେଉଳିଆ ଛକରେ ଓ ଅନ୍ୟ ୬ଜଣ ଯାଜପୁର ଷଠିପୁରରେ ଓହ୍ଲାଇଥିଲେ ।

https://www.facebook.com/nandighoshatv/videos/1509956082506091/

ଭଦ୍ରକରେ ଚିହ୍ନଟ ୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସେହି ଗାଡ଼ିରେ ଥିଲେ । ଏହା ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି । ଗାଡ଼ିରେ ଆସିଥିବା ଷଠିପୁର ଅଞ୍ଚଳର ୬ଜଣଙ୍କୁ ଚିହ୍ନଟ କରିବା ପାଇଁ ଯାଜପୁର ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ।

Leave a Reply