ବେଆଇନ କୋଇଲା କାରବାରକୁ ବିରୋଧ କରିବାରୁ ଗାଡ଼ି ଚଢ଼ାଇଦେଲେ ମାଫିଆ..

ଭଦ୍ରକ : ମାରିଦେଲେ କୋଇଲା ମାଫିଆ । ବେଆଇନ କୋଇଲା କାରବାରକୁ ବିରୋଧ କରିବାରୁ ଗାଡ଼ି ଚଢ଼ାଇଦେଲେ ମାଫିଆ । ମୃତକ ହେଲେ ଭଦ୍ରକ ବାହାବଲପୁର କହ୍ନେଇ ବିନ୍ଧା ଗାଁର ଶରତ ବାରିକ । ଘଟଣାରେ ଉତ୍ତ୍ୟକ୍ତ ଲୋକ କୋଇଲା ବୋଝେଇ ଗାଡ଼ି ଓ ଜେସିବି ଅଟକ ରଖିବା ସହ ମାଫିଆଙ୍କ ଗାଡ଼ି ଜାଳି ଦେଇଛନ୍ତି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନା ଦୋହରା ସାହିରେ ଘଟିଛି ଏଭଳି ଅଘଟଣ । ଗତକାଲି ବେଆଇନ କୋଇଲା କରବାରକୁ ବିରୋଧ କରିବାରୁ କୋଇଲା ମାଫିଆ ମାନେ ଶରତଙ୍କୁ ଗାଡି ଚଢାଇ ମାରି ଦେଇଥିବା ଅଭିଯୋଗ ହୋଇଛି ।