ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୩ ଗୁରୁତର

ଭଦ୍ରକ ଧାମନଗର ଦୋବଲ ମୁଖ୍ୟ ରାସ୍ତା ଜରାନିବାସ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି।  ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ମୁହାଁଣପଡା ଗାଁର ୨୧ ବର୍ଷିୟ ଶୁଭପ୍ରକାଶ ସେଠି। ଗୁରୁତରଙ୍କୁ ପ୍ରଥମେ ଧାମନଗର ମେଡିକାଲ ଓ ପରେ  କଟକ ବଡମେଡିକାଲକୁ  ସ୍ଥାନାନ୍ତର କରାଯାଇଛି । ଗତକାଲି ଧାମନଗର ବଜାରରେ ବିଜୟା ଦଶମୀ ନଗର ପରିକ୍ରମା ଓ ଶୋଭାଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି।