spot_img

Latest Posts

ପୁଣି ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର, ଦୁଷ୍କର୍ମ ପରେ ଏସିଡ ପାକାଇ ଜାଳି ଦେଇଥିବା ଅଭିଯୋଗ

ଭଦୋହି:  ତ୍ତରପ୍ରଦେଶର ଭଦୋହିରେ ଗୁଣ୍ଡାମାନେ ତାଙ୍କ ନୃଂସଶତାର ସବୁ ସୀମା ପାର କରି ଦେଇଛନ୍ତି । ହାଇଦ୍ରାବାଦ ପରେ ୟୁପିରେ ଆଉ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିଛି । କିନ୍ତୁ ଏଥର ଜଣେ ୧୭ ବର୍ଷର ନାବାଳିକାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି । ନାବାଳିକାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଏହା ପରେ ତା ଉପରେ ଏସିଡ୍ ପକାଇ ତାଙ୍କୁ ହତ୍ୟା କରାଯାଇଛି।

ଚରାଇବାକୁ ଯାଇ ନିଖୋଜ ଥିଲେ ନାବାଳିକା

ପୋଲିସର ସୂଚନାନୁସାରେ, ଭଦୋହି କୋତବାଲୀ ଅଞ୍ଚଳର ଜଣେ ୧୭ବର୍ଷର ନାବାଳିକା ୧୭ ଅଗଷ୍ଟରେ ଚାଷଜମିକୁ ଗୃହପଳିତ ପଶୁ ଚରାଇବାକୁ ଯାଇଥିଲା। ଏହାପରେ ସେ ଘରକୁ ଫେରି ନଥିଲା । ପରିବାର ସଦସ୍ୟ ଝିଅଟିକୁ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ସେମାନେ ତାକୁ ପାଇ ନଥିଲେ ।  ଏହା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ପରିବାର ସଦସ୍ୟଙ୍କ ଅଭିଯୋଗରେ ପୋଲିସ ଆଇପିସିର ଧାରା ୩୬୩ ଅନୁଯାୟୀ ଅପହରଣ ମାମଲା ରୁଜୁ କରି ନାବାଳିକାକୁ ଖୋଜୁଥିଲା।

ନଦୀରୁ ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଛି

ଏହି ମଧ୍ୟରେ ନଦୀ କୂଳରୁ ଝିଅର ମୃତଦେହ ମିଳିଛି । ଝିଅଟିର ମୃତଦେହ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯିଆଇଛି । ନାବାଳିକାଙ୍କ ସମ୍ପର୍କୀୟମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଦୁଷ୍କର୍ମ ପରେ ଏସିଡ୍ ପକାଇ ଝିଅଟିକୁ ପୋଡି ଦେଇଛନ୍ତି । ନାବାଳିକାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି। ମୃତକଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଁ ନିକଟରେ ଥିବା ଏକ ଇଟାଭାଟିର ନାବାଳିକାକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି ।

ଯାଞ୍ଚ ପାଇଁ ଚାରୋଟି ଟିମ୍ ଗଠନ କରାଯାଇଛି

ଏହି ଘଟଣାର ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚ ସମେତ ୪ଟି ଟିମ୍ ଗଠନ କରାଯାଇଛି। ପୋଲିସ ଅଧୀକ୍ଷକ ରାମ ବଦନ ସିଂ କହିଛନ୍ତି ଯେ ପରିବାର ସଦସ୍ୟଙ୍କ ଅଭିଯୋଗ ପୋଷ୍ଟମର୍ଟମ ପରେ ହିଁ ସ୍ପଷ୍ଟ ହେବ । ସେ କହିଛନ୍ତି ଯେ ପୋଲିସ ପ୍ରତ୍ୟେକ ଦୃଷ୍ଟି କୋଣରୁ ଜାଞ୍ଚ କରାଯାଉଛି ।

Latest Posts

Don't Miss