ପଶ୍ଚିମବଙ୍ଗରରେ ୩ ଆସନ ପାଇଁ ଉପ-ନିର୍ବାଚନ: ଭବାନୀପୁରରେ ଚାଲିଛି ମମତାଙ୍କ ଭାଗ୍ୟ ପରୀକ୍ଷା

କୋଲକାତା: ପଶ୍ଚିମବଙ୍ଗରେ ଆଜି ତିନୋଟି ବିଧାନସଭା କ୍ଷେତ୍ରର ଉପନିର୍ବାଚନ ପାଇଁ ମତଦାନ ହେଉଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆସନ ଭବାନୀପୁର ଆସନ ସହ ସମସେରଗଞ୍ଜ ଏବଂ ଜାଙ୍ଗିପୁର ପାଇଁ ମତଦାନ ହେଉଛି । ଭବାନୀପୁର ଆସନ ପାଇଁ ଏଥର ଟିଏମସି ଓ ବିଜେପି ମଧ୍ୟ କଡା ଟକ୍କର ହେବ । ମମତା ବାନାର୍ଜୀଙ୍କ ବିରୋଧରେ ମଇଦାନରେ ଅଛନ୍ତି ବିଜେପିର ପ୍ରୀୟଙ୍କା ତ୍ରିବେଓ୍ବାଲ । ଭବାନୀପୁରରୁ ମମତା ୨୦୧୧ ଏବଂ ୨୦୧୬ରେ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ । କିନ୍ତୁ ୨୦୨୧ରେ ସେ ନନ୍ଦିଗ୍ରାମରୁ ଲଢିଥିଲେ  । ସେଠାରେ ପରାଜୟ ହେବା ପରେ ଭବାନୀପୁରରୁ ଉପନିର୍ବାଚନ ଲଢୁଛନ୍ତି ମମତା ବାନାର୍ଜୀ  । ଏଥର ମଧ୍ୟ ଏହି ଆସନରୁ ଟିଏମସି ବିଜୟ ଲାଭ କରିଥିଲା  । ଟିଏମସିର ଶୋଭନଦେବ ଚଟ୍ଟୋପାଧ୍ୟାୟ ଭବାନୀପୁରରୁ ନିର୍ବାଚନ ଜିତିଥିଲେ  । କିନ୍ତୁ ମମତାଙ୍କୁ ଆଉଥରେ ସୁଯୋଗ ଦେବା ପାଇଁ ଶୋଭନଦେବ ଆସନରୁ ଇସ୍ତଫା ଦେଇଥିଲେ  । ୨୦୧୬ରେ ମମତା ୬୫ ହଜାର ୫୨୦ଟି ଭୋଟ ପାଇଥିଲେ  । ୨୦୨୧ରେ ଶୋଭନଦେବ ୭୩ ହଜାର ୫୦୫ଟି ଭୋଟ ପାଇ ରେକର୍ଡ କରିଥିଲେ  । ଏହି ଆସନରୁ ଏଥର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ  ।

ସେହିଭଳି ସମସେରଗଞ୍ଜ ଆସନ ପାଇଁ ମଧ୍ୟ ଆଜି ମତଦାନ ହେଉଛି  । ଗତ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ପ୍ରାର୍ଥୀଙ୍କର କରୋନାରେ ମୃତ୍ୟୁ ହେବା ପରେ ମତଦାନ ସ୍ଥଗିତ ରହିଥିଲା  । ଏଠାରେ କଂଗ୍ରେସ ଓ ସିପିଆଇଏମର ଗଡ଼ ହୋଇଥିବା ବେଳେ ଏଥର କିନ୍ତୁ ଟିଏମସି ଫାଇଦା ନେବାକୁ ଉଦ୍ୟମ କରୁଛି  । ୨୦୧୬ରେ ଟିଏମସିର ଅମିରୁଲ ଇସଲାମ ମାତ୍ର ୨ ହଜାର ଭୋଟରେ ହାରିଯାଇଥିଲେ  । ଏଠାରେ ମୁସଲିମ୍‌ ଭୋଟର ଅଧିକ ଥିବାରୁ ତୃଣମୁଳକୁ ଫାଇଦା ମିଳିବ ବୋଲି ବିଶେଷଜ୍ଞ କହିଛନ୍ତି  । ଗତ ନିର୍ବାଚନରେ ସିପିଆଇଏମ ଓ କଂଗ୍ରେସ ମିଳିତ ଭାବେ ନିର୍ବାଚନ ଲଢିଥିବା ବେଳେ ଏଥର କିନ୍ତୁ ଅଲଗା ହୋଇ ଲଢୁଛନ୍ତି  । ଏଥିରୁ ଟିଏମସିକୁ ଫାଇଦା ମିଳିପାରେ  । ଏହି ଆସନରୁ ଭାରତୀୟ ଜନତା ପାର୍ଟି ମିଲନ ଘୋଷ ପ୍ରାର୍ଥି ଥିବା ବେଳେ କଂଗ୍ରେସର ଜୟଦୁର ରେହେମାନ ପାର୍ଥି ଅଛନ୍ତି ।

ଜାଙ୍ଗିପୁର ଆସନରୁ ଏଥର ତ୍ରିକୋଣୀୟ ଲଢେଇ ହେଉଛି  । ଟିଏମସିର ଜାକିର ହୋସେନ ଏଠାରୁ ପ୍ରାର୍ଥି ହୋଇଥିବା ବେଳେ ବିଜେପିର ସୁଜିତ ଦାସ ଏଠାରେ ନିର୍ବାଚନ ଲଢୁଛନ୍ତି  । ଜାଙ୍ଗିପୁର ଆସନରେ କଂଗ୍ରେସ ନିଜର କବଜା କରିଆସିଛି  । ୧୯୫୧ରୁ ୧୧ ଥର କଂଗ୍ରେସ ପ୍ରାର୍ଥି ଏଠାରୁ ଜିତିଛନ୍ତି  । ଆରଏସପିରୁ ଜାନେ ଆଲାମ ମିଆଁ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି  । ତାଙ୍କୁ କଂଗ୍ରେସର ସମର୍ଥନ ରହିଛି  ।

ରାଜ୍ୟରେ ସୁଶାସନ ସହ ବିଜେପିକୁ କଡା ଜବାବ ଦେବା ପାଇଁ ଏଥର ମୁଦ୍ଦାର କରି ନିର୍ବାଚନ ମଣ୍ଡଳିରେ ଟିଏମସି ପ୍ରଚାର କରିଥିବା ବେଳେ ରାଜ୍ୟରେ ବଢୁଥିବା ହିଂସାକୁ ମୁଦ୍ଦା କରି ବିଜେପି ଜୋରଦାର ପ୍ରଚାର କରିଛି  । କଡା ସୁରକ୍ଷା ବଳୟରେ ରାଜ୍ୟରେ ୩ଟି ଆସନରେ ଉପନିର୍ବାଚନ ହେଉଛି  । ବିଭିନ୍ନ ବୁ୍‌ଥ୍‌ରେ ସିସିଟିଭି ଇନଷ୍ଟଲ କରାଯାଇଥିବା ବେଳେ ସିଆରପିଏଫର ଯବାନ ମୁତୟନ ହୋଇଛନ୍ତି  ।

Leave a Reply