ଏହି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ, ଚୋରି ହୋଇପାରେ ଆପଣଙ୍କ ଟଙ୍କା

1 min read

ମେଷ : ମେଷ ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିପାରେ । ଆବଶ୍ୟକତାଠୁ ଅଧିକ ଖର୍ଚ୍ଚ କରିପାରନ୍ତି ଏବଂ ନିଜ ପର୍ସକୁ ଯତ୍ନ ସହକାରେ ରଖନ୍ତୁ ନଚେତ୍ ହଜିଯିବା କିମ୍ୱା ଚୋରି ହେବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀମାନେ ପାଠପଢ଼ାରେ ଧ୍ୟାନ ନ ଦେଇ ସାଙ୍ଗମାନଙ୍କ ସହ ଅଯଥା ସମୟ ଅତିବାହିତ କରିବେ । ଏଥିପାଇଁ ପାଠପଢ଼ା କ୍ଷତି ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖାଦେବ । ସନ୍ଧ୍ୟା ସମୟରେ କୌଣସି ଶୁଭ ଖବର ମିଳିପାରେ ।

ବୃଷ : ଶୁଭ କର୍ମରେ ଲିପ୍ତ ରୁହନ୍ତୁ ସକାରାତ୍ମକ ଚିନ୍ତା ବୃଦ୍ଧି ହେବ । ଜୀବନସାଥୀଙ୍କ କାରଣରୁ ସମ୍ପର୍କୀୟ ଓ ସମାଜରେ ମାନ ବଢ଼ିବ । ଜୀବନସାଥୀଙ୍କୁ ପ୍ରସନ୍ନ କରିବା ପାଇଁ ଘରେ କୌଣସି ଶୁଭ କାର୍ଯ୍ୟକ୍ରମର ଆୟୋଜନ କରିପାରନ୍ତି । ଶାରୀରିକ ଏବଂ ମାନସିକ ସ୍ତର ପ୍ରଫୁଲ୍ଲ ରହିବ । କୌଣସି ପ୍ରକାର ଲାଭ ମିଳିପାରେ । ବିଦେଶରେ ପଢ଼ିବାକୁ ଇଚ୍ଛୁକ ଥିବା ବିଦ୍ୟାର୍ଥୀଙ୍କୁ ଶୁଭ ଖବର ମିଳିପାରେ ।

ମିଥୁନ : ନୂଆ ଉପାୟ ଚିନ୍ତା କରିପାରନ୍ତି । ବିପଦରେ ପଡ଼ିଲେ ବିଚଳିତ ନ ହୋଇ ସ୍ଥିର ସହକାରେ ସମାଧାନର ବାଟ ଖୋଜନ୍ତୁ । ଅବିଶ୍ୱାସ ଅର୍ଥାତ୍ ଦୃଢ଼ ବିଶ୍ୱାସ ନ ଥିବା ବ୍ୟକ୍ତିଙ୍କଠାରୁ କୌଣସି ପ୍ରକାର ସାହାଯ୍ୟ ନ ନେବା ଭଲ । ଏହି ରାଶିର ଅଧିକାଂଶ ବିଦ୍ୟାର୍ଥୀ ଆର୍କିଟେକ୍ ପଢ଼ିବାରେ ଆଗ୍ରହ । କୌଣସି ଭଲ କମ୍ପାନୀରେ ଚାକିରି ସୁଯୋଗ ମିଳିପାରେ ।

କର୍କଟ : ବନ୍ଧୁମାନଙ୍କ ସହ ଭଲ ସମୟ ଅତିବାହିତ କରିବେ । ଯାନବାହନ ଚଳାଚଳ ସମୟରେ ଅଧିକ ସାବଧାନ ରୁହନ୍ତୁ ନଚେତ୍, ଅଘଟଣ ଘଟିପାରେ । ଜୀବନସାଥୀଙ୍କୁ ଅଧିକ ସମୟ ଦେଇପାରିବେ ନାହିଁ । କାର୍ଯ୍ୟରେ ଧିର ଅଗ୍ରଗତି ହେତୁ ମାନସିକ ଚିନ୍ତା ବଢ଼ିପାରେ ।

ସିଂହ : ଆଜିର ଦିନଟି ଆନନ୍ଦଉଲ୍ଲାସରେ ଅତିବାହିତ କରିବେ । କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସିପାରେ । ଧନ ନିବେଶ କରିପାରନ୍ତି । ସାଂସାରିକ ମୋହଠୁ ଦୂରେଇ ରୁହନ୍ତୁ । ନିଜ ବ୍ୟବହାର ପାଇଁ ଲୋକଙ୍କ ପ୍ରିୟଜନ ହେବେ । ବ୍ୟକ୍ତିଗତ ଜୀବନରେ ଅନ୍ୟ କାହାର ଆଧିପତ୍ୟ ବିସ୍ତାର ହେବାକୁ ଦିଅନ୍ତୁନି । ଆତ୍ମବିଶ୍ୱାସ ହ୍ରାସ ହୋଇପାରେ । କର୍ମ କରନ୍ତୁ ନିଶ୍ଚୟ ସଫଳତା ହାସଲ ହେବ ।

କନ୍ୟା : ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱତନ୍ତ୍ର ରହିବ । କାର୍ଯ୍ୟ କରୁଥିବା କମ୍ପାନୀକୁ କୌଣସି ବଡ଼ ସଫଳତା ମିଳିପାରେ । ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହିବ । ଏହି ରାଶିର ବ୍ୟକ୍ତି କୌଣସି ଖେଳରେ ନିୟୋଜିତ ଥିଲେ, ତେବେ ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ ।

ତୁଳା : କାର୍ଯ୍ୟକ୍ଷେତ୍ରରେ ପୂର୍ବରୁ କରିଥିବା ଭୁଲ୍ ସକାଶେ କ୍ଷମା ମାଗିବାକୁ ପଡ଼ିପାରେ । ପୁନର୍ବାର ଏଭଳି ଭୁଲ୍ ଯେଭଳି ନ ହୁଏ ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆପଣଙ୍କ ପାଇଁ ଅନ୍ୟ କାହାର କ୍ଷତି ହୋଇଥିଲେ ତାଙ୍କୁ ଅତିଶୀଘ୍ର କ୍ଷମା ମାଗିନିଅନ୍ତୁ । ବାଣୀ ଏବଂ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ ନଚେତ୍ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ସମ୍ପର୍କ ବିଗିଡ଼ିପାରେ । ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ ।

ବିଛା : କୌଣସି ସରକାରୀ କିମ୍ୱା ବେସରକାରୀ ସଂସ୍ଥା ସହ ଜଡ଼ିତ ହୋଇପାରନ୍ତି । କୌଣସି ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା ହେତୁ ଅପ୍ରିୟ ହୋଇପାରନ୍ତି । ସମସ୍ୟାର ସମାଧାନ ବାହାର କରନ୍ତୁ । ସାମାଜିକ କାର୍ଯ୍ୟରେ ମାନସମ୍ମାନ ବୃଦ୍ଧି ହେବ । ଭୌତିକ ବସ୍ତୁ ପ୍ରତି ଆକର୍ଷଣ ବଢ଼ିପାରେ । ଖର୍ଚ୍ଚ ବଢ଼ିପାରେ । ବନ୍ଧୁମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ଜନସମ୍ପର୍କ ସହାୟ ହେବ ।

ଧନୁ : ଆଜିର ଦିନଟି ଫଳପ୍ରଦ ହେବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ସ୍ଥିର କରନ୍ତୁ । ଅନ୍ୟ କାହା ନିଷ୍ପତ୍ତି ଉପରେ ନିର୍ଭର କରନ୍ତୁ ନାହିଁ ନଚେତ୍ କ୍ଷତି ସହିପାରନ୍ତି । ସଙ୍ଗୀତରେ ରୁଚି ଥିବା ବ୍ୟକ୍ତିଙ୍କୁ ଟେଲିଭିଜନରେ ଗାଇବାର ସୁଯୋଗ ମିଳିପାରେ । ମନ ପ୍ରସନ୍ନ ରହିବ ।

ମକର : ଅନ୍ୟକୁ ସାହାଯ୍ୟ କରନ୍ତୁ ଏଥିପାଇଁ କାହାର ଜୀବନ ମଧ୍ୟ ବଞ୍ଚିଯାଇପାରେ । ଏଥିପାଇଁ ପରିବାର ସଦସ୍ୟ ଆପଣଙ୍କ ଉପରେ ଗର୍ବ ଅନୁଭବ କରିବେ । ପ୍ରେମରେ ପଡ଼ିବାର ଅଭ୍ୟାସ ବଦଳାନ୍ତୁ । ଶତ୍ରୁ ପ୍ରତି ସାବଧାନ ରୁହନ୍ତୁ ।

କୁମ୍ଭ : ଅନୈତିକ କାର୍ଯ୍ୟରେ ଲିପ୍ତ ରୁହନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ ନୂଆ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ବିଶେଷ ବ୍ୟକ୍ତିଙ୍କ ସହ କଥା ହେବା ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ । ଆମୋଦ-ପ୍ରମୋଦରେ ଖର୍ଚ୍ଚ ବଢ଼ିପାରେ । କାର୍ଯ୍ୟକ୍ଷେତ୍ରରେ ଶୁଭ ଖବର ମିଳିପାରେ ।

ମୀନ : ଜଟିଳ କାର୍ଯ୍ୟ ସହଜ ହେବ । ମନ ପ୍ରସନ୍ନ ରହିବ । ପୁସ୍ତକ ପଢ଼ିବାରେ ମନ ଲାଗିବ । ବନ୍ଧୁମାନଙ୍କ ସହ ଚଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି । ଆଜିର ଦିନରେ କାହାକୁ ସାହାଯ୍ୟ କରିପାରନ୍ତି । ପୂର୍ବରୁ କରିଥିବା ଭୁଲର ପଶ୍ଚାତାପ କରିପାରନ୍ତି ।