ବିଶ୍ବକପରେ ଅଷ୍ଟ୍ରେଲିଆ-ସାଉଥ ଆଫ୍ରିକା ସେମିଫାଇନାଲ ସମୟରେ ବଲାଙ୍ଗୀରରେ ଚାଲିଥିଲା ବେଟିଂ

1 min read

ବଲାଙ୍ଗୀର : ବିଶ୍ବକପରେ ଅଷ୍ଟ୍ରେଲିଆ-ସାଉଥ ଆଫ୍ରିକା ସେମିଫାଇନାଲ ସମୟରେ ବଲାଙ୍ଗୀରରେ ଚାଲିଥିଲା ବେଟିଂ  । ଏକ ହୋଟେଲରେ ଚଢାଉ କରି ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ  । କ୍ରିକେଟ ବେଟିଂ ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସୁଦପଡା ନିକଟସ୍ଥ ଏକ ହୋଟେଲରେ ପୋଲିସ ରେଡ୍ କରିଥିଲା I ୧୫ରୁ ଅଧିକ ଲୋକ ସେଠାରେ ଉପସ୍ଥିତ ଥିବାବେଳେ ୮ ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ I ଅଟକଙ୍କ ମଧ୍ୟରେ ଜଣେ ମୁମ୍ବାଇର ହୋଇଥିବା ସୂଚନା ମିଳିଛି ।

ଘଟଣାସ୍ଥଳରୁ ୯ଟି ମୋବାଇଲ, ଟଙ୍କା ଓ ବେଟିଂ ସମ୍ପର୍କିତ କିଛି କାଗଜପତ୍ର ଜବତ ହୋଇଛି I ବିଶ୍ବକପ୍ ଆରମ୍ଭରୁ ହୋଟେଲରେ ରହି ମୁମ୍ବାଇର ଏହି ବ୍ୟକ୍ତି ଜଣକ ବେଟିଂ ଚଳାଇଆସୁଥିବା ସ୍ଥାନୀୟ ଅଞ୍ଚଳର ଲୋକ ଅଭିଯୋଗ କରିଥିଲେ  । ପୂର୍ବରୁ ଇଣ୍ଡିଆ-ପାକିସ୍ତାନ ମ୍ୟାଚ ସମୟରେ ମଧ୍ୟ ବଡ଼ଧରଣର ବେଟିଂ ହୋଇଥିବା ପୋଲିସ ଜାଣିବାକୁ ମିଳିଛି  ।