spot_img

Latest Posts

ପ୍ରହସନ ପାଲଟିଛି ‘ବେଟି ବଚାଓ, ବେଟି ପଢ଼ାଓ’, ସ୍କୁଲ କାମରେ ଝିଅଙ୍କୁ ଲଗାଇଛନ୍ତି ଖୋଦ ଜିଲ୍ଲା ଶିକ୍ଷାଧିକାରୀ

ପ୍ରହସନ ପାଲଟିଛି ‘ବେଟି ବଚାଓ, ବେଟି ପଢ଼ାଓ’, ସ୍କୁଲ କାମରେ ଝିଅଙ୍କୁ ଲଗାଇଛନ୍ତି ଖୋଦ ଜିଲ୍ଲା ଶିକ୍ଷାଧିକାରୀ

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ଜିଲ୍ଲା ବାହାନଗାରେ ଶିଶୁ ଶ୍ରମିକ ଆଇନର କରାଯାଉଛି ଖୋଲା ଉଲ୍ଲଂଘନ । ସ୍କୁଲ ପରିସରରେ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବା ଅଭିଯୋଗ । ଚାଇଲ୍ଡ ଆକ୍ଟକୁ ଫୁ କରି ଦେଉଛନ୍ତି ଖୋଦ ଜିଲ୍ଲା ଶିକ୍ଷାଧିକାରୀ । ମଣିଭଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ନିର୍ମାଣଧୀନ କୋଠାରେ ୩ ଜଣ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଯାହାର ପ୍ରମାଣ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ନିନ୍ଦା କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

‘ବେଟି ବଚାଓ ବେଟି ପଢାଓ’ ସ୍ଲୋଗାନ ପାଲଟିଛି ପ୍ରହସନ । ଖାତା କଲମ ବଦଳରେ ଝିଅଙ୍କ ମୁଣ୍ଡରେ ଗାମୁଛା, ହାତରେ କଡେଇ । ସ୍କୁଲ ପରିସରରେ ଶିଶୁ ଶ୍ରମିକଙ୍କୁ ନିର୍ମାଣ କାର୍ଯ୍ୟରେ କରାଯାଇଛି ନିୟୋଜିତ । ଶ୍ରମ ଆଇନର ଉଡୁଛି ଧଜ୍ଜିଆ। ଶିଶୁଙ୍କୁ କାମରେ ଲଗାଇଛି ଖୋଦ ସରକାରୀ କଳ ।

ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକରେ ସରକାରୀ ନିୟମ କାନୁନକୁ ଉଲ୍ଲଂଘନ କରି ଶିଶୁ ଶ୍ରମିକଙ୍କୁ ନିର୍ମାଣ କାର୍ଯ୍ୟରେ ଲଗାଇଛନ୍ତି ଖୋଦ ଜିଲ୍ଲା ଶିକ୍ଷାଧିକାରୀ । ଗୋପାଳପୁର ମଣିଭଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଯୋଜନାରେ ୧୮.୩୩ ଲକ୍ଷ ବ୍ୟୟ ବରାଦରେ କମ୍ପ୍ୟୁଟର ଲାବ ଗୃହ ନିର୍ମାଣ ଚାଲିଛି । ଯେଉଁଥିରେ ୩ ଜଣ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରିଛନ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ । ପିଲାଙ୍କୁ ରାତି ଯାଏଁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ରଖୁଥିବା ବେଳେ ତଦାରଖ ପାଇଁ କୌଣସି ଅଧିକାରୀ ରହୁନାହାନ୍ତି । ୩ ଜଣ ଶ୍ରମିକ ଔପଦା ଅଞ୍ଚଳର ବୋଲି ଜଣାପଡ଼ିଛି ।

ଶିଶୁଙ୍କୁ ଶ୍ରମିକ ଭାବେ କାମ କରାଇବା ଆଇନଗତ ଅପରାଧ । ହେଲେ ବେଫିକର ଭାବେ ଶିଶୁଙ୍କୁ ଶ୍ରମିକ ଭାବେ ସରକାରୀ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିଛି ଖୋଦ ସରକାରୀ କଳ । ଯାହାକି ସରକାରୀ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହେଲେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଘଟଣାକୁ ଏଡାଇ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଅଧିକାରୀଙ୍କ ତରଫରୁ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

Latest Posts

Don't Miss