ଭିଜିଲାନ୍ସ ଜାଲରେ ବ୍ରହ୍ମପୁର R&B ବିଭାଗ AEE ଦିଲୀପ କୁମାର ଚୌଧୁରୀ
1 min read
ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ। ବ୍ରହ୍ମପୁର R&B ବିଭାଗ AEE ଦିଲୀପ କୁମାର ଚୌଧୁରୀ । ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲୀପ କୁମାର ଚୌଧୁରୀଙ୍କ ଘରେ ରେଡ୍। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢ଼ାଉ। ବ୍ରହ୍ମପୁର ଓ ଭୁବନେଶ୍ଵରରେ ଚଢ଼ାଉ ଜାରି ରହିଛି। ବ୍ରହ୍ମପୁର ସ୍ଥିତ ଅଫିସ ଓ ବାସଭବନରେ ରେଡ୍ କରୁଛି ଭିଜିଲାନ୍। ଭୁବନେଶ୍ଵର ସ୍ଥିତ ବାସଭବନରେ ରେଡ୍ ଚାଲିଛି। ରେଡରେ ୩ ଡିଏସପି, ୭ ଇନ୍ସପେକ୍ଟର ସାମିଲ । ଚଢ଼ାଉରୁ ବିଭିନ୍ନ ସ୍ଥାନରେ ଯନ୍ତ୍ରୀଙ୍କ ସମ୍ପତ୍ତି ଠାବ ହୋଇଛି। ବ୍ରହ୍ମପୁର ଧର୍ମନଗରରେ ଏକ ଫ୍ଲାଟ୍, ବ୍ରହ୍ମପୁର ମୟୂରୀ ବିହାରରେ ଦୁଇ ମହଲା କୋଠା ଓ ଭୁବନେଶ୍ଵର ସହିଦନଗରରେ ଫ୍ଲାଟ୍ ଠାବ ହୋଇଛି।