ବ୍ରହ୍ମପୁରରେ ୪୧ଟି ମଣ୍ଡପରେ ପୁଜା ପାଇବେ ମାଆ ଜଗତ ଜନନୀ

ବ୍ରହ୍ମପୁର: ଦଶହରା ପାଇଁ ଚଳଞ୍ଚଳ ଗାଁଠୁ ସହର । ଚଳିତବର୍ଷ ବ୍ରହ୍ମପୁରରେ ୪୧ଟି ମଣ୍ଡପରେ ପୁଜା ପାଇବେ ମାଆ ଜଗତ ଜନନୀ । ନବରାତ୍ରୀ ଥିବାରୁ ପୂଜା ମଣ୍ଡପ ଗୁଡ଼ିକରେ ପ୍ରସ୍ତତି ଏକପ୍ରକାର ଶେଷ ହୋଇଛି । ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂଜା କମିଟିର ସଭାପତି ଓ ସମ୍ପାଦକଙ୍କୁ ନେଇ ବୈଠକ କରାଯାଇଛି । ସେପଟେ ରାଉରକେଲାରେ ୧୦୧ ଟି ମଣ୍ଡପରେ ହେବ ପୂଜା । ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ମଣ୍ଡପ କର୍ମକର୍ତ୍ତା ।

ଆସୁଛନ୍ତି ଦୁର୍ଗତ ନାଶିନୀ । ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ବ୍ରହ୍ମପୁର ସହର। ଏଥର ସହରର ୪୧ ମଣ୍ଡପରେ ପୂଜା ପାଇବେ ମାଆ ଦୁର୍ଗା । ଚଳିତ ବର୍ଷ ବିଜିପୁର ଦୁର୍ଗା ପୂଜା ୬୦ ବର୍ଷରେ ପଦାର୍ପଣ କରିବ । ପୂଜା ପାଇଁ ତୋରଣ ଓ ମୂର୍ତ୍ତି କାମ ଶେଷ ହୋଇଛି । ୧୫ ତାରିଖ ସନ୍ଧ୍ୟାରେ ମାଆଙ୍କ ଘଟ ବସିବା ସହିତ ନବରାତ୍ର ପୂଜା ଆରମ୍ଭ ହେବ । ଏଠାରେ ମାଆଙ୍କୁ ସତସତିକା ଶାଢି ପିନ୍ଧାଯାଇଥାଏ । ସେହିପରି ସହରର ସୁବାରାଓ ଛକରେ ପୂଜା ୪୬ ବର୍ଷରେ ପଦାର୍ପଣ କରିବ ।

ଏଠାରେ ପଞ୍ଚମୀ ଠାରୁ ପୂଜା ପାଇବେ ମାଆ । ସହରର କମାପଲ୍ଲୀ, ପୁରୁଣା ବସଷ୍ଟାଣ୍ଡ, ଷ୍ଟେସନ ରୋଡ଼, ମୟୁରୀ ଟାଓ୍ବାର ଛକ ସହ ବିଭିନ୍ନ ସ୍ଥାନରେ ହେଉଥିବା ପୂଜା ମଣ୍ଡପ ଗୁଡ଼ିକରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କମାପଲି ପୂଜା ୬୦ ବର୍ଷରେ ପଦାର୍ପଣ କରିଛି। ପୂଜାକୁ ଶାନ୍ତିଶୃଙ୍ଖଳାରେ ସାରିବାକୁ ମଣ୍ଡପ ସଦସ୍ୟଙ୍କ ସହ ପ୍ରଶାସନ ଆଲୋଚନା କରିଛି । ୬୦ ଡେସିମିଲରୁ କମ ଶଦ୍ଧରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ମଣ୍ଡପ ଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯିବା ସହ ବିଶୃଙ୍ଖଳାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ।

ରାଉରକେଲା ସହରର ୧୦୧ ଟି ପୂଜା ମଣ୍ଡପରେ ଚଳିତ ବର୍ଷ ଦୁର୍ଗାପୂଜା ହେବ । ସେକ୍ଟର ଦୁଇ ପଡ଼ିଆରେ ପୂଜା ଚଳିତ ବର୍ଷ ୬୬ ଵର୍ଷରେ ପହଞ୍ଚିଛି । ଚଳିତବର୍ଷ ୧୩ ଲକ୍ଷ ଟଙ୍କା ବ୍ୟୟରେ ୨୦୦ ଫୁଟ ଲମ୍ବ ଓ ୮୫ ଫୁଟ ଉଚ୍ଚତାରେ ଆଲର୍ବଟ ହଲ ମ୍ୟୁଜିୟମ ଢାଞ୍ଚାରେ ତୋରଣ ନିର୍ମାଣ କରାଯାଇଛି । ସେକ୍ଟର ୧ ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଦୁର୍ଗାପୂଜା ୫୯ ଵର୍ଷରେ ପହଞ୍ଚିଛି । ୧୧ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ୨୦୦ ଫୁଟ ଲମ୍ବ ୯୦ ଫୁଟ ଉଚ୍ଚତାର ମୂର୍ତ୍ତି ସହ ରାଜସ୍ଥାନ ଯୋଧପୁରର ଉମେଦ ଭଵନ ଢାଞ୍ଚାରେ ତୋରଣ ନିର୍ମାଣ ହେବ । ସେକ୍ଟର ୧୬ ଦୁର୍ଗା ପୂଜା କମିଟି ପକ୍ଷରୁ ଚଳିତ ଵର୍ଷ ଦୁର୍ଗାପୂଜା ୬୪ ବର୍ଷରେ ପହଞ୍ଚିଛନ୍ତି । ୧୪ ଲକ୍ଷ ଟଙ୍କା ବ୍ୟୟ ଏକ କାଳ୍ପନିକ  ମନ୍ଦିର ଢାଞ୍ଚାରେ ତୋରଣ ନିର୍ମାଣ କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ଓ କେନ୍ଦ୍ରୀୟ ପୁଜା କମିଟି ପକ୍ଷରୁ ସମସ୍ତ ଵ୍ୟଵସ୍ଥା ଗ୍ରହଣ କରାଯାଇଛି ।