spot_img

Latest Posts

ଜନସମୁଦ୍ର ପାଲଟିଲା ବ୍ରହ୍ମପୁର ସହର, କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ୍ ଶୋ’

ବ୍ରହ୍ମପୁର: ହଜାର ହଜାର ଲୋକ, ଅସମ୍ଭବ ଭିଡ଼, ବିପୁଳ ଉତ୍ସାହ। ଯୋଡ଼ି ଶଙ୍ଖର ଜଲୱା ସାଙ୍ଗକୁ ବାଜାବାଣର କମ୍ପନ। ବ୍ରହ୍ମପୁରରେ ବିଜେଡି ପାଇଁ ଭଲପାଇବାର ଭିଡ଼। ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କୁ ବିପୁଳ ସମ୍ବର୍ଦ୍ଧନା । ବ୍ରହ୍ମପୁରରେ ବିଶାଳ ରୋଡ ଶୋରେ ଲୋକଙ୍କ ଜବରଦସ୍ତ ରେସପନ୍ସ । ଜନସମୁଦ୍ର ପାଲଟିଲା ବ୍ରହ୍ମପୁର ସହର।  ରାସ୍ତାସାରା ଭଲପାଇବା ଓ ସମର୍ଥନର ଅଦ୍ଭୁତପୂର୍ବ ଭିଡ଼ । ସନ୍ଧ୍ଯାରେ ବରିଷ୍ଠ ବିଜେଡି ନେତା ତଥା ବିଜେଡିର ଷ୍ଟାର କ୍ଯାମ୍ପେନର କାର୍ତ୍ତିକ ପାଣ୍ଡିଆନ ବ୍ରହ୍ମପୁରର ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ବିଶାଳ ରୋଡ ଶୋରେ ଜନତାଙ୍କୁ ଉଦବୋଧନ ଦେଇଥିଲେ । ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ପାଛୋଟି ନେବା ସହ ନିଜ ନିଜର ଭଲପାଇବା ଓ ଭରସାକୁ ପ୍ରତିପାଦିତ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଯୁବକ, ଛାତ୍ର, ମହିଳା ଏକାଠି ହୋଇ ପାଣ୍ଡିଆନଙ୍କୁ ଅପେକ୍ଷା କରିଥିଲେ। ପାଣ୍ଡିଆନଙ୍କ ଉପରକୁ କିଏ ଫୁଲ ସ୍ବାଗତ କରୁଥିଲା ଆଉକିଏ ଯୋଡ଼ି ଶଙ୍ଖ ବଜାଇ।

ବାଜାବାଣ, ନାମସଂକୀର୍ତ୍ତନରେ କମ୍ପୁଥିଲା ସାରା ସହର। ପେପର ସ୍ପ୍ରେ, ଫାୟାର ଲାଇଟ ସାଙ୍ଗକୁ ବାଣ ଫୁଟାଇ ପାଣ୍ଡିଆନଙ୍କୁ ନିଜ ଅଞ୍ଚଳରେ ସ୍ବାଗତ କରୁଥିଲେ ବ୍ରହ୍ମପୁରବାସୀ। ପାଣ୍ଡିଆନ ମଧ୍ଯ ଲୋକଙ୍କ ସହ ହାତ ମିଳାଇ ସୁଖଦୁଃଖ ଶୁଣିବା ସହ ଫଟୋ ଉଠାଉଥିଲେ। ପ୍ରାୟ ୩ ଘଣ୍ଟା ଧରି ଲୋକଙ୍କ ସହ ଲମ୍ବାରାସ୍ତା ଅତିକ୍ରମ କରିଥିଲେ ପାଣ୍ଡିଆନ। ଛକଛକରେ ଲୋକମାନେ ବିପୁଳ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ସତେଯେପରି ବ୍ରହ୍ମପୁରରେ ଅଦିନିଆ ଉତ୍ସବ ପାଳନ ହେଉଥିଲା। ରୋଡ ଶୋରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ପାଣ୍ଡିଆନ। ବିକାଶ ପାଇଁ ବିଜେଡିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁବକ୍ସିପାତ୍ର ଓ ବିଧାୟକ ପ୍ରାର୍ଥୀ ଉମେଶଚନ୍ଦ୍ର ଚ୍ଯାଉପଟ୍ଟନାୟକଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ।

ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ସମସ୍ତେ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ବାନ ଦେଇଥିଲେ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ଯ ବିକାଶ ପାଇଁ ନିରନ୍ତର ଲାଗିପଡ଼ିଛନ୍ତି। ଏଣୁ ଏଥର ଡବଲ ଶଙ୍ଖରେ ଭୋଟ ଦେଇ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ସେ ଅନୁରୋଧ କରିଛନ୍ତି । ରୋଡ ଶୋରେ ବିଜେଡିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁବକ୍ସିପାତ୍ର ଓ ବିଧାୟକ ପ୍ରାର୍ଥୀ ଉମେଶଚନ୍ଦ୍ର ଚ୍ଯାଉପଟ୍ଟନାୟକଙ୍କ ସମେତ ବ୍ରହ୍ମପୁର ସଂସଦୀୟ ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ, ମେୟର ସଂଘମିତ୍ରା ଦଳାଇ ଓ ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ।

Latest Posts

Don't Miss