ବିଦେଶୀଙ୍କୁ ବେଆଇନ ସିମ ବିକ୍ରି ଅଭିଯୋଗରେ ଦୁଇ ଗିରଫ

ବ୍ରହ୍ମପୁର ; ବିଦେଶୀଙ୍କୁ ବେଆଇନ ସିମ ବିକ୍ରି । ଗୋପାଳପୁର ବନ୍ଦରରେ ବିଦେଶୀଙ୍କୁ ବେଆଇନ ସିମ ବିକ୍ରି କରି ମୋଟା ଅଙ୍କର ଅର୍ଥ ଆଦାୟ କରିବା ଅଭିଯୋଗରେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି  । ସେମାନଙ୍କଠାରୁ ୨୨ ଡଲାର ସହ ବିଭିନ୍ନ କମ୍ପାନୀର ୭୦ ସିମ ଜବତ କରିଛି  । ଗିରଫ ଦୁଇ ଜଣ ହେଲେ କତୁରୁ ଗାଁର ଜି. ସାମ୍ବା ଓ ମୋବାଇଲ ଦୋକାନୀ ଏ. କାମେୟା  । ଜି. ସାମ୍ବା,  ମୋବାଇଲ ଦୋକାନୀ ଏ. କାମେୟାଙ୍କ ଠାରୁ ସିମ କିଣି ଗୋପାଳପୁର ପୋର୍ଟରେ ବିଦେଶୀ ଜାହାଜରେ ଆସୁଥିବା ବିଦେଶୀଙ୍କୁ ବିକ୍ରି କରୁଥିଲେ । ଆର୍ଯ୍ୟପଲ୍ଲୀ ଥାନା ପୋଲିସ ଖବର ପାଇ ଦୁଇ ଜଣଙ୍କୁ ଗିରଫ କରିଛି  । ତେବେ ସେମାନେ କେତେ ଦିନ ଧରି ଏ ବେଆଇନ ବ୍ୟବସାୟ କରୁଥିଲେ ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି  । ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ କହିଛନ୍ତି  ।