ହନୁମାନ ପଇସା ନାଁରେ ୨ କୋଟି ଟଙ୍କାର ଡିଲ୍ ବେଳେ ୭ ଗିରଫ
ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ବଜାର ପୋଲିସକୁ ବଡ଼ ସଫଳତା । ହନୁମାନ ପଇସା ବିକ୍ରି ପାଇଁ ଡିଲ୍ ବେଳେ ଚଢ଼ାଉ କରି ରାକେଟକୁ ଧରିଛି ପୋଲିସ । ସୋମବାର ସକାଳେ ସହରର ଶାନ୍ତି ନଗରରେ ସୂର୍ଯ୍ୟ ପାତ୍ରଙ୍କ ଘରେ ପ୍ରାଚୀନ ହନୁମାନ ପଇସା କାରବାର ଚାଲିଥିବା ନେଇ ପୋଲିସ ଖବର ପାଇଥିଲା । ରେଡ୍ ବେଳେ ପୋଲିସ ସେଠାରୁ ୩ଟି ହନୁମାନ ପଇସା ଜବତ କରିବା ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ସୂଚନା ଅନୁସାରେ ଅଭିଯୁକ୍ତମାନେ ୩ଟି ହନୁମାନ ପଇସାକୁ ୨ କୋଟି ଟଙ୍କାରେ ବିକ୍ରି ପାଇଁ ଡିଲ୍ କରୁଥିଲେ । ଅଭିଯୁ୍କ୍ତଙ୍କ ଠାରୁ ୩ଟି ହନୁମାନ ପଇସା ସହ ନଗଦ ୧.୫ ଲକ୍ଷ ଟଙ୍କା, ୨ଟି ବାଇକ୍, ମ୍ୟାଗ୍ନେଟ୍, ସ୍ପିରିଟ୍ ଓ ଅନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି । ଘଟଣାସ୍ଥଳରୁ ଘର ମାଲିକ ସୂର୍ଯ୍ୟ ପାତ୍ର ଖସି ଯାଇଥିବା ବେଳେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।
ଗିରଫ ଅଭିୁକ୍ତ ହେଲେ ସମ୍ବଲପୁରର ପ୍ରଦୀପ ମହାପାତ୍ର, ଅନୀଲ କୁସୁମ, ସୁରେଶ ମେହେର, ଗଞ୍ଜାମର ଅକ୍ଷୟ କୁମାର ପାତ୍ର, ରାଉରକେଲାର ଜୟନ୍ତ ପ୍ରଧାନ, ବିଜେନ କୁମାର ବାଗ ଏବଂ କେ.ନୂଆଗାଁରେ ଜୟରାମ ପାତ୍ର । ସମସ୍ତଙ୍କ ବିରୋଧରେ ୧୨୦(ବି)/୪୧୭/୪୧୯/୪୨୦/୫୧୧/୩୪ ଧାରାରେ ମାମଲା ରୁଜୁ କରିଛି ବଡ଼ବଜାର ଥାନା ପୋଲିସ । ଏବେବି ମାମଲାର ତଦନ୍ତ ଜାରି ରହିଛି ।