ହୋମିଓପ୍ୟାଥି ଔଷଧରୁ ତିଆରି କରୁଥିଲେ ମଦ, ଡାକ୍ତରଙ୍କ ସହ ଅନ୍ୟ ଜଣେ ଗିରଫ

1 min read
Berhampur Police Arrested Two Including Homeopathic Doctor For Wine Making

ବ୍ରହ୍ମପୁର: ଔଷଧରୁ ମଦ ତିଆରି । ପୁଣି ଥରେ ବ୍ରହ୍ମପୁର ସହରରେ ହୋମିଓପ୍ୟାଥି ଔଷଧରୁ ନକଲି ମଦ ତିଆରି କରୁଥିବା ୨ ଜଣଙ୍କୁ ଗିରଫ କରାଯାଇଛି । ବୈଦ୍ୟନାଥପୁର ଥାନା ଚନ୍ଦ୍ରପ୍ରଭାସାହିର ହରୀଶ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି ପୋଲିସ । ହରି ସାହୁ ହୋମିଓପ୍ୟାଥିକ ସ୍ପିରିଟ୍ ଆଣି ନକଲି ମଦ ପ୍ରସ୍ତୁତ କରୁଥିବା ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

Berhampur Police Arrested Two Including Homeopathic Doctor For Wine Making

ଏଥିରେ ହରିଙ୍କୁ ଡାକ୍ତର କେ. ଗୋପି ଓ ଡାକ୍ତର ଇ. ପ୍ରଦୀପ କୁମାର ପାତ୍ର ସହଯୋଗ କରୁଥିବା ଜଣାପଡ଼ିଛି । ବଡ଼ବଜାର ପୋଲିସ ଡାକ୍ତର ଇ. ପ୍ରଦୀପଙ୍କ ଗୋଦାମରେ ରେଡ୍ କରିଥିବା ବେଳେ ସେଠାରୁ  ବିଭିନ୍ନ ବ୍ରାଣ୍ଡର ୨୫୨ ବୋତଲ (୧୧୨ ଲିଟର) ହୋମିଓପ୍ୟାଥିକ ସ୍ପିରିଟ୍ ଜବତ କରାଯାଇଛି ।

Berhampur Police Arrested Two Including Homeopathic Doctor For Wine Making

ବୈଦ୍ୟନାଥପୁର ଥାନା କେସ୍ ନମ୍ବର ୭ ଓ ବଡ଼ବଜାର ଥାନା କେସ୍ ନମ୍ବର ୬୨ରେ ହରୀଶ ଚନ୍ଦ୍ର ସାହୁ ଓ ଡାକ୍ତର ଇ. ପ୍ରଦୀପ ପାତ୍ରଙ୍କୁ ଗିରଫ କରି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟକୁ ଚାଲାଣ କରାଯାଇଚି । ଉଭୟ ଥାନାରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି । ଏଥିରେ ଡାକ୍ତର କେ. ଗୋପିଙ୍କ ସମ୍ପୃକ୍ତି ନେଇ ପୋଲିସ ଖୋଳତାଡ଼ କରୁଛି ।

ଏଥିସହ ପଢ଼ନ୍ତୁ- ହୋମିଓପ୍ୟାଥିକ ଔଷଧରୁ ତିଆରି ହେଉଛି ନକଲି ମଦ

Leave a Reply