spot_img

Latest Posts

ବ୍ରହ୍ମପୁର ପୋଲିସ୍ ହାତରେ ନକଲି ସାର୍ଟିଫିକେଟ ରାକେଟର କିଙ୍ଗପିନ୍

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍ ହାତରେ ନକଲି ସାର୍ଟିଫିକେଟ ରାକେଟର କିଙ୍ଗପିନ୍ । ଆନ୍ତଃରାଜ୍ୟ ନକଲି ସାର୍ଟିଫିକେଟ କାରବାର ଘଟଣାରେ ସ୍କୁଲ ଶିକ୍ଷକ ଓ ତାଙ୍କ ପୁଅଙ୍କ ସମେତେ ୪ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କ ନିକଟରୁ ବିପୁଳ ନକଲି ସାର୍ଟିଫିକେଟ, ବ୍ଲାଙ୍କ୍ ସାର୍ଟିଫିକେଟ, ଲୋଗୋ, ପ୍ରିଣ୍ଟର , 6 ଟି ସ୍ମାର୍ଟ ଫୋନ ଜବତ ହୋଇଛି । ଓଡିଶା ସମେତ ଛତିଶଗଡ, ଆନ୍ଧ୍ର ଶିକ୍ଷା ବିଭାଗର ହୋଲୋଗ୍ରାମ ଲୋଗୋ ଲଗାଇ ତିଆରି କରୁଥିଲେ ନକଲି ସାର୍ଟିଫିକେଟ୍ ।

ପୁଅ ଅମୃତ ୟୁକ୍ରେନରେ ଏମବିବିଏସ ପଢି ଫେରିବା ପରେ ଏକ ଅଫିସ ଖୋଲି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ରାଜ୍ୟର ବିଶ୍ବବିଦ୍ୟାଳୟରେ ଆଡମିଶନ କରାଇଉଥିଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ଶିକ୍ଷକ ଦୈତାରି ବେହେରା। ପାସ କରାଇଦେବା ସହ ସାର୍ଟିଫିକେଟ୍ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଉଥିଲେ । ବ୍ରହ୍ମପୁରର ଅପରାଜିତା ଗୌଡ ତାଙ୍କ ଜରିଆରେ ଆନ୍ଧ୍ର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ବିଏଡ୍ ପଢୁଥିଲେ ।

ସାର୍ଟିଫିକଟ ମିଳିବା ପରେ ନକଲି ସନ୍ଦେହ କରି ସ୍ବାମୀ ମନୋରଞ୍ଜନଙ୍କୁ ପଠାଇ ବିଶ୍ବବିଦ୍ୟାଲୟରେ ଯାଞ୍ଚ କରାଇଥିଲେ । ସାର୍ଟିଫିକେଟ୍ ନକଲି ଥିବା ଜାଣିବା ପରେ ଗୋଷାଇଁ ନୁଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଚଢାଉ କରିଥିଲା ପୋଲିସ୍ । ଯାଞ୍ଚ ବେଳେ ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳର ବିପୁଳ ନକଲି ସାର୍ଟିଫିକେଟ ଜବତ ହୋଇଛି ।

ମାମଲାରେ ଶିକ୍ଷକ ଦୈତାରି ବେହେରା, ପୁଅ ଅମୃତ ବେହେରା, ନକଲି ସିଲ୍ ତିଆରି କରୁଥିବା କଟକର କିଶୋର ଚନ୍ଦ୍ର ବେହେରା, ସାର୍ଟିଫିକେଟ ପ୍ରିଣ୍ଟ କରୁଥିବା ପ୍ରିଣ୍ଟର ପ୍ରଶାନ୍ତ କୁମାର ସାହୁଙ୍କୁ ଗିରଫ କରିଛି ପୋଲିସ୍ । ବାପ ପୁଅଙ୍କ ୬ ଲକ୍ଷ ଟଙ୍କା ଥିବା ଆକାଉଣ୍ଟକୁ ଫ୍ରିଜ୍ କରିଛି ପୋଲିସ୍ ।

Latest Posts

Don't Miss