ବାଙ୍ଗାଲୁରୁ କାଫେ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତକୁ ଧରିଲା NIA

1 min read

ବ୍ୟୁରୋ ରିପୋର୍ଟ: ବେଙ୍ଗାଳୁରୁ ରାମେଶ୍ବରମ୍ କାଫେ ବିସ୍ଫୋରଣ ଘଟଣା। ଏନଆଇଏକୁ ମିଳିଲା ବଡ଼ ସଫଳତା। କୋଲକାତାରୁ ୨ ସନ୍ଦିଗ୍ଧଙ୍କୁ ଗିରଫ କଲା NIA। ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଗିରଫ ହୋଇଛି। କୋଲକାତା ପୂର୍ବ ମେଦିନିପୁର ଜିଲ୍ଲାର କାନ୍ଥିରୁ ଆଜି ସକାଳୁ ୨ ସନ୍ଦିଗ୍ଧଙ୍କୁ କାବୁ କଲା ଏନଆଇଏ। ଗିରଫ ୨ ଜଣ ହେଲେ ମୁଶାବୀର୍ ହୁସେନ୍ ସାଜେବ୍ ଓ ଅବଦୁଲ୍ ମଥିନ ତାହା। ମୁଶାବୀର୍ ହୁସେନ୍ ସାଜେବ ରାମେଶ୍ବରମ୍ କାଫେରେ ବିସ୍ଫୋରକ ସାମଗ୍ରୀ ଖଞ୍ଜିଥିବା ଅଭିଯୋଗ ହୋଇଥିବା ବେଳେ ଅବଦୁଲ୍ ମଥିନ ତାହା ବିସ୍ଫୋରଣର  ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ୨ ସନ୍ଦିଗ୍ଧଙ୍କ ଠାବ କରିବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା NIA ସହ କୋଲକାତା, କର୍ଣ୍ଣାଟକ, ତେଲେଙ୍ଗାନା ଓ କେରଳ ପୋଲିସର ସହଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ମାଷ୍ଟରମାଇଣ୍ଡ ମଥିନକୁ ଗିରଫ କରିବାକୁ କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରେଦଶର ୧୮ଟି ସ୍ଥାନରେ ରେଡ୍ କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ମୁଜାମିଲ ସରିଫକୁ ମାର୍ଚ୍ଚ ୨୬ରେ ଗିରଫ କରାଯାଇଛି। ଗତ ମାର୍ଚ୍ଚ ପହିଲାରେ ବେଙ୍ଗାଳୁରୁର ରାମେଶ୍ଵରମ କାଫେରେ ଘଟିଥିଲା ଏହି ବିସ୍ଫୋରଣ। ଏଥିରେ ଅନେକ ଗ୍ରାହକ ଆହତ ହୋଇଥିଲେ।