ସ୍ତ୍ରୀ ବାପଘରକୁ ଗଲା, ଖୁସିରେ ଲୋକଙ୍କୁ ବିସ୍କୁଟ୍ ବାଣ୍ଟିଲା ସ୍ବାମୀ

ବେଙ୍ଗାଲୁରୁ: ସ୍ତ୍ରୀ ବାପାମାଆଙ୍କ ଘରକୁ ଯିବା ଖବରରେ ସ୍ବାମୀଙ୍କ ଖୁସି କହିଲେ ନସରେ । ଏଭଳି ଘଟଣା ପ୍ରତ୍ୟେକ ଦିନ ଲୋକଙ୍କ ଚର୍ଚ୍ଚାର ବିଷୟ ପାଲଟିଥାଏ । ଜଣେ ଅଟୋ ଡ୍ରାଇଭର ତାଙ୍କ ସ୍ତ୍ରୀ ବାପଘରକୁ ଚାଲିଯିବା ପରେ ଖୁସିରେ ଏଭଳି କାମ କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଛି । କେବଳ ଏତିକି ନୁହେଁ ଅଟୋ ଡ୍ରାଇଭର ଜଣକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କର୍ଣ୍ଣାଟକ ବେଙ୍ଗାଲୁରୁରୁ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ଅଟୋ ଡ୍ରାଇଭର ତାଙ୍କ ସ୍ତ୍ରୀ ବାପାମାଆଙ୍କ ଘରକୁ ଚାଲିଯିବା ପରେ ତାଙ୍କ ଖୁସିର ସୀମା ରହିନଥିଲା। ଖୁସିରେ ସେ ଲୋକମାନଙ୍କୁ ବିସ୍କୁଟ ବାଣ୍ଟିବା ଆରମ୍ଭ କରିଦେଇଥିଲେ । ସେ ତାଙ୍କ ଅଟୋରେ ଏକ କାଗଜ ମଧ୍ୟ ଲଗାଇଥିଲେ । ଯେଉଁଥିରେ ସେ ଲେଖିଥିଲେ, ସ୍ତ୍ରୀ ଗଲେ ତାଙ୍କ ବାପଘରକୁ, ମୁଁ ବହୁତ ଖୁସି… । କାରଣ ମୋ ସ୍ତ୍ରୀ ତାଙ୍କ ବାପାମାଆ ଘରକୁ ଯାଇଛନ୍ତି ।

ଅଟୋ ଡ୍ରାଇଭରଙ୍କ ଅଟୋରେ ଲାଗିଥିବା ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଡ୍ରାଇଭରଙ୍କ ପୋଷ୍ଟରେ ଲୋକେ ବହୁତ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ୟୁଜର ଲେଖିଲେ, ତାଙ୍କର ଏହି ଖୁସି ଖୁବ କମ ଦିନର, ଏହାଛଡା ଅନ୍ୟଜଣେ ଲେଖିଲେ, ନିଜ ସ୍ତ୍ରୀ ଉପରେ ସେ ଏତେ ଅସନ୍ତୁଷ୍ଟ ଥିଲେ, ଜଣେ ୟୁଜର ଲେଖିଛନ୍ତି, ତାଙ୍କ ଜୀବନଟାକୁ ନଷ୍ଟ କରିଦେଇଛନ୍ତି ତାଙ୍କ ସ୍ତ୍ରୀ, ବିଚାରା ଗରୀବ ଲୋକଟି ଖୁସିରେ ଥିଲେ । ଆହୁରି ମଧ୍ୟ ଜଣେ ଲେଖିଲେ, ତାଙ୍କ ସ୍ତ୍ରୀ ଯଦି ଏସବୁ ଜାଣିବେ, ତାଙ୍କୁ ଅଟୋରେ ହିଁ ଶୋଇବାକୁ ପଡିବ । ଏସବୁ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ଅଟୋ ଡ୍ରାଇଭରଙ୍କ ପାଇଁ ଏବଳି ସବୁ ମଜାଳିଆ ମନ୍ତବ୍ୟ ରଖୁଛନ୍ତି..

କେବଳ ଏତିକି ନୁହେଁ, କିଛି ଲୋକ ଅଟୋ ଡ୍ରାଇଭରଙ୍କ ଏହି ଖୁସିକୁ ଦେଖି ତାଙ୍କୁ ସ୍ବାଧିନତା ମିଳିଛି ବୋଲି କହୁଛନ୍ତି । ଆଉ କିଛି ଲୋକ କହିଛନ୍ତି, ସ୍ତ୍ରୀ ବାପଘରକୁ ଯିବାର ବିଚାରା ଡ୍ରାଇଭରର ଖୁସିଟା କିଛି ଦିନର ଖୁସି । ସ୍ତ୍ରୀ ବାପଘରକୁ ଯାଇଥିବା ସମୟରେ ଖୁସିରେ ସେ ବିସ୍କୁଟ ବାଣ୍ଟୁଥିଲେ । ଯେଉଁଥିପାଇଁ ଅଟୋ ଡ୍ରାଇଭର ଜଣଙ୍କ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।