ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା; ନିକିତାଙ୍କ ମା’, ଭାଇ ଓ ମାମୁଁ ଫେରାର
1 min read
ନୂଆଦିଲ୍ଲୀ: AI ଇଞ୍ଜିନିୟର୍ ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ବେଙ୍ଗାଲୁରୁ ପୁଲିସ ଅତୁଲଙ୍କ ପତ୍ନୀ ନିକିତା ସିଂହାନିଆ, ତାଙ୍କ ମାଆ, ଭାଇ ଓ ମାମୁଁଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ବେଙ୍ଗାଲୁରୁ ପୁଲିସ ଜୌନପୁରରେ ପହଞ୍ଚିଥିଲା। କିନ୍ତୁ ପୁଲିସ ପହଞ୍ଚିବା ପରେ ନିକିତାଙ୍କ ମା’ ଓ ଭାଇ ଘରୁ ଫେରାର ହୋଇଯାଇଥିଲେ
ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ନିକିତାଙ୍କ ଅଭିଯୁକ୍ତ ମା’ ଓ ଭାଇ ଘରେ ତଲା ପକାଇ ଫେରାର ହୋଇଯାଇଛନ୍ତି। ଗିରଫ ଭୟରେ ଅନୁରାଗ ସିଙ୍ଘାନିଆ ଏବଂ ନିଶା ସିଙ୍ଘାନିଆ ଫେରାର ହେବା ବେଳର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। । ଘଟଣାର ତଦନ୍ତ ଜାରି ରହିଛି।