ନୂଆଦିଲ୍ଲୀ: ମହିଳାଙ୍କୁ ୭ ଦିନ ଧରି ଦୁଷ୍କର୍ମ ପରେ ଗରମ ଡାଲି ଢାଳିଦେଲା ଯୁବକ। ଜାତୀୟ ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି ଏକ ଲୋମହର୍ଷଣ ଘଟଣା। ନିର୍ଯାତନାର ଶିକାର ମହିଳା ଜଣକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ପାରସ ନାମକ ଯୁବକ ମହିଳାଙ୍କୁ ଚାକିରି ଦେବାକୁ କହି ଦିଲ୍ଲୀ ଡାକିଥିଲେ। ଦୀର୍ଘ ୭ ଦିନ ଧରି ଦୁଷ୍କର୍ମ କରିବା ସହ ଶାରିରୀକ ନିର୍ଯାତନା ଦେଉଥିଲେ। ଲୁହାଛଡ଼ରେ ମାଡ଼ ମାରିବା ସହ ମହିଳାଙ୍କ ଉପରେ ଗରମ ଡାଲି ଢାଳିଦେଇଥିଲା ପାରସ। ମହିଳା ଜଣକ ଅଭିଯୁକ୍ତ ପାରସର ସାଥି ବୋଲି ଜଣାପଡିଛି। ଗତ ୨ ତାରିଖରେ ଅଭିଯୁକ୍ତ ପାରସକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ। ଜାନୁଆରୀ ୩୦ରେ ଘଟଣା ପୋଲିସ ନଜରକୁ ଆସିଥିଲା। ମହିଳାଙ୍କୁ ଅଭିଯୁକ୍ତ ପାରସ ନିସ୍ତୁକ ମାଡ଼ ମାରିବା ଖବର ପାଇବା ପରେ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା।
ମହିଳା ଉଦ୍ଧାର ପରେ ପୋଲିସକୁ ଅତ୍ୟାଚାରର ସବୁ କଥା କହିଥିଲେ। ଚାକିରି ଦେବାର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଘରେ ବନ୍ଦ କରି ରଖିଥିଲା ଅଭିଯୁକ୍ତ ପାରସ। ଅଭିଯୁକ୍ତ ପାରସ ମହିଳାଙ୍କ ସାଥି ଥିଲା। ଦକ୍ଷିଣ ଦିଲ୍ଲୀର ନେବ ସରାୟ ଅଂଚଳରେ ଉଭୟ ମାସେ ଧରି ରହି ଆସୁଥିଲେ। ମହିଳା ଜଣଙ୍କୁ ଲଗାତାର ନିର୍ଯାତନା ଦେଇଥିଲା ଅଭିଯୁକ୍ତ ପାରସ। ୩୦ ଜାନୁଆରୀରେ ଦିଲ୍ଲୀ ପୋଲିସର ପିସିଆରକୁ ସୂଚନା ମିଳିବା ପରେ ଖବର ଜଣାପଡିଥିଲା। ମହିଳା ଜଣଙ୍କୁ ଯୁବକ ଜଣକ ମାଡ଼ ମାରୁଥିବା ଖବର ପାଇ ଘଟଣାସ୍ଥଳରୁ ଉଦ୍ଧାର କରି ଦିଲ୍ଲୀ ଏମସରେ ଭର୍ତ୍ତି କରିଥିଲା। ମହିଳାଙ୍କ ଶରୀରର ୨୦ଟି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି।

