ଓମିକ୍ରନ ଆତଙ୍କ: ପଶ୍ଚିମବଙ୍ଗରେ ଜାରି ହେଲା ମିନି ଲକଡାଉନ

1 min read

କୋଲକାତା: ସାରା ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ବିଶେଷ କରି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଫଳରେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ପଶ୍ଚିମବଙ୍ଗରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟାରେ ୪ ହଜାର ୫ଶହରୁ ଅଧିକ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୦ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗରେ ସ୍ଥିତି ଗମ୍ଭୀର ହେବା ଫଳରେ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ମିନି ଲକଡାଉନ ଘୋଷଣା କରିଛନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠାରୁ ରାଜ୍ୟରେ ସମସ୍ତ ସ୍କୁଲ, କଲେଜ, ସିନେମା ହଲ, ଜିମ୍, ସୁଇମିଂ ପୁଲ୍, ବିଉଟି ପାର୍ଲର ବନ୍ଦ କରିଦିଆଯାଇଛି । ଏହା ସହ ଚିଡ଼ିଆଖାନା, ପାର୍କ ଓ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳକୁ ମଧ୍ୟ ବନ୍ଦ କରାଯାଇଛି । ସେହିପରି ମଲ, ରେଷ୍ଟୁରାଣ୍ଟ. ସିନେମା ହଲ୍‌ ଓ ବାର୍‌ରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚଳାଇ ପାରିବେ । ସଭା, ସମ୍ମିଳନୀରେ ଅତିବେଶିରେ ୨ଶହ ଲୋକ ସାମିଲ ହେବାକୁ ଅନୁମତି ଦିଆଯାଇଛି । ସେହିପରି ବିବାହ ଉତ୍ସବରେ ୫୦ ଓ ଶେଷକୃତ୍ୟରେ ୨୦ଲୋକଙ୍କୁ ଅନୁମତି ମିଳିଛି । ୫୦ ପ୍ରତିଶତ ସିଟିଂ କାପାସିଟିରେ ଚାଲିବ ଲୋକାଲ ଓ ମେଟ୍ରୋ ଟ୍ରେନ ।

ଅନ୍ୟପକ୍ଷରେ କୋଭିଡ୍‌ କଟକଣାର ସମସ୍ତ ନିୟମ ମାନି ଶିଳ୍ପ, କାରଖାନା, ମିଲ୍ ଓ ଚା’ବଗିଚା ଚାଲିବାକୁ ଅନୁମତି ମିଳିଛି । ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାମ ଚାଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଓ୍ବାର୍କ ଫ୍ରମ ହୋମକୁ ଅଧିକ ଗୁରୁତ୍ବ ଦିଆଯାଛି । ପଶ୍ଚିମବଙ୍ଗରେ ସଂକ୍ରମଣ ସ୍ଥିତି ଗମ୍ଭୀର ହେବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Leave a Reply