ଅନଲାଇନ୍ ଗେମ୍ ପାସୱାର୍ଡ ନଦେବାରୁ ସାଙ୍ଗକୁ ମାରି ପୋଡିଦେଲେ ୪ ସାଙ୍ଗ

କୋଲକାତା : ଅନଲାଇନ୍ ଗେମ୍ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ । ପଶ୍ଚିମବଙ୍ଗର ମୁର୍ସିଦାଦ ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା । ଅନଲାଇନ୍ ଗେମ୍ ଫ୍ରିଫାୟାରର ପାସଓ୍ୱାର୍ଡ ନଦେବାରୁ ନାବାଳକୁ ୪ ସାଙ୍ଗ ମିଶି ମାରିଦେଇଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ତାକୁ ପୋଡି ଶରୀରକୁ ଜଙ୍ଗଲରେ ଫିଙ୍ଗିଦେଇଥିବା ଜଣାପଡିଛି ।
ମୃତକ ନାବଳକ ଜଣକ ହେଲେ ୧୮ ବର୍ଷୀୟ ପାପାଇ ଦାସ । ଗତ କିଛି ଦିନ ଧରି ସେ ନିଖୋଜ ଥିବା ବେଳେ ଜାନୁଆରୀ ୧୫ ତାରିଖ ଦିନ ନିକଟ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ନାବାଳକଙ୍କ ମାଆ ପୂର୍ଣ୍ଣିମା ଦାସଙ୍କ ଅଭିଯୋଗ କ୍ରମେ ହତ୍ୟାକାଣ୍ଡରେ ସଂପୃକ୍ତ ୪ ନାବାଳକକୁ ଗିରଫ କରିଛି ପୋଲିସ । ଆସନ୍ତାକାଲି ସେମାନଙ୍କୁ ନାବାଳକ ନ୍ୟାୟ ବୋର୍ଡରେ ହାଜର କରାଯିବ ।