spot_img

Latest Posts

ବିଶ୍ବର ତୈଳ ମାନଚିତ୍ରରେ ସ୍ଥାନ ପାଇବ କୋଲକାତା !

କୋଲକାତା: ତୈଳ ଓ ପ୍ରାକୃତିକ ଗ୍ୟାସର ଅନୁସନ୍ଧାନ କରୁଥିବା ଏଜେନ୍ସି ମାନଙ୍କ ଦାବି ପରେ ପଶ୍ଚିମବଙ୍ଗ ବିଶ୍ବର ତୈଳ ମାନଚିତ୍ରରେ ସ୍ଥାନ ପାଇବାକୁ ପ୍ରସ୍ତୁତ ହେଉଛି ।

କୋଲକାତା ଠାରୁ ୪୭ କିଲୋମିଟର ଦୂରରେ ଥିବା ନର୍ଥ ୨୪ ପରଗାନାସର ଅଶୋକନଗରରେ ଓଏନଜିସି ଦ୍ୱାରା ୨୦୧୮ରେ ସନ୍ଧାନ କରାଯାଇଥିବା ଏକ ତୈଳ ଓ ଗ୍ୟାସ ରିଜର୍ଭ ବ୍ୟବସାୟିକ କାର୍ଯ୍ୟକ୍ଷମତା ଲାଗି ପ୍ରସ୍ତୁତ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବଙ୍ଗୋପସାଗର ନିକଟ ସୁନ୍ଦରବନ ଠାରେ ଗତ ଦୁଇ ବର୍ଷ ଧରି ଷ୍ଟକହୋଲଡର ମାନେ ତୈଳ ଥିବାର ଦାବି କରି ଆସୁଥିଲେ । ଏସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଗୁରୁବାର ଦିନ କହିଛନ୍ତି, ବିଶେଷଜ୍ଞଙ୍କ ଅନୁଯାୟୀ ଏହାର ବ୍ୟବସାୟୀକରଣ ହୋଇପାରିବ ବୋଲି ଓଏନଜିସି ସନ୍ଧାନ କରି ପାଇଛି । ଉକ୍ତ ସ୍ଥାନରୁ କିଛି ତେଲ ନମୁନାକୁ ଆମେ ହଳଦିଆ ରିଫାଇନାରିକୁ ପଠାଇଛୁ । ଯେଉଁଠାରେ ତା’ର ସମୀକ୍ଷା କରାଯିବ । ଯାହା ବେଙ୍ଗଲ ପାଇଁ ଏକ ଭଲ ଖବର ସାବ୍ୟସ୍ତ ହେବ ।

ଏମସିସିଆାଇର ବାଷିର୍କ ଜେନେରାଲ ବୈଠକରେ ଭିଡିଓ ଲିଙ୍କ୍ ଜରିଆରେ ସେ ଆହୁରି କହିଛନ୍ତି ଯେ ଆସନ୍ତା ସପ୍ତାହରେ ମୁଁ ପଶ୍ଚିମବଙ୍ଗ ଯିବି ଏବଂ ସେହି ସ୍ଥାନକୁ ପରିଦର୍ଶନରେ ମଧ୍ୟ ଯାଇପାରେ ।

ଏହି ବ୍ଲକରୁ ପ୍ରତ୍ୟେକ ଦିନ ଏକ ଲକ୍ଷ କ୍ୟୁବିକ୍ ମିଟର ଗ୍ୟାସ୍ ଏବଂ ସମପରିମାଣର ତୈଳ ଲିଟର ବାହାରିବ ବୋଲି ସୂଚନା ମିଳିଛି ।

Latest Posts

Don't Miss