ନଡ୍ଡାଙ୍କ ଗାଡିକୁ ଆକ୍ରମଣ; ମମତା ସରକାରକୁ ରାଜ୍ୟପାଳଙ୍କ ଭୟଙ୍କର ଭର୍ତ୍ସନା

କୋଲକାତା: ବଙ୍ଗଳାରେ ରାଜନୈତିକ ଉଷ୍ମତା ଭିତରେ ପ୍ରବେଶ କରିଛି ଗୁଣ୍ଡାରାଜ । ନିର୍ବାଚନ ସମୟ ଯେତିକି ନିକଟତର ହେଉଛି, ରାଜ୍ୟରେ ସେତିକି ନିକଟତର ହେଉଛି ହିଂସ୍ର ରାଜନୈତିକ ଘଟଣା । ବିଜେପି ଏବଂ ସ୍ଥାନୟୀ ରାଜନୈତିକ ଦଳ ଟିଏମସି ମଧ୍ୟରେ ଜୋରଦାର ଟକ୍କର ହେଉଥିବାବେଳେ, ରାଜନୈତିକ ଶତ୍ରୁତା ଏବେ ବ୍ୟକ୍ତିଗତ ଶତ୍ରୁତାରେ ପରିଣତ ହୋଇଛି । ଯାହାକୁ କଡା ଭାଷାରେ ଭର୍ତ୍ସନା  କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦିଶ ଧନଖଡ଼ ।

ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପ୍ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଥିବାବେଳେ, ତାଙ୍କ ଗାଡି ଉପରକୁ ଢେଲା ମାଡ କରିଥିଲେ ଟିଏମସି କର୍ମୀ । ଏଥିରେ କାହାରି ବିଶେଷ କ୍ଷତି ହୋଇନଥିଲେ ମଧ୍ୟ ଡ୍ରାଇଭର, ସୁରକ୍ଷାକର୍ମୀ ସାମାନ୍ୟ ହୋଇଛନ୍ତି । ଏବଂ ଅଳ୍ପକେ ଏଭଳି ଅଘଟଣରୁ ବର୍ତ୍ତିଯାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଯାହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ମମତା ସରକାରକୁ କଡା ଭାଷାରେ ନିନ୍ଦା କରିଛନ୍ତି ରାଜ୍ୟପାଳ ।

ଜଗଦିଶ କହିଛନ୍ତି, ରାଜ୍ୟରେ ଦିନକୁ ଦିନ ଅରାଜକତା ବଢିଚାଲିଛି । ଗଣତାନ୍ତ୍ରିକ ପଦ୍ଧତିକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହତ୍ୟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନିଆଁ ସହ ଖେଳନ୍ତୁ ନାହିଁ । ନଚେତ ପରିଣତି ଭୟଙ୍କର ହେବ ବୋଲି କହିଛନ୍ତି ରାଜ୍ୟପାଳ । ସେହିପରି ଜେପି ନଡ୍ଡାଙ୍କ ଗାଡିକୁ ଆକ୍ରମଣ ଘଟଣାରେ କ୍ଷୋଭ ପ୍ରକାଶ କରିବା ମମତା ବାନାର୍ଜୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଥିବା କହିଛନ୍ତି ରାଜ୍ୟପାଳ ଜଗଦିଶ ଧନଖଡ଼ ।

Leave a Reply