spot_img

Latest Posts

ସମୁଦ୍ରରେ ଦାନା ବାନ୍ଧିଲାଣି ବାତ୍ୟା ‘ଦାନା’, ଏନେଇ ଆଲର୍ଟ ଜାରି

ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ହେବାରେ ଲାଗିଛି ସମୁଦ୍ର । ସମୁଦ୍ରରେ ଦାନା ବାନ୍ଧିଲାଣି ବାତ୍ୟା ‘ଦାନା’। ଏନେଇ ଆଲର୍ଟ ଜାରି ହୋଇଛି।  ପାଣିପାଗ ବିଭାଗ କହିଛି ଯେ, ଦକ୍ଷିଣ ପଶ୍ଚିମବଙ୍ଗରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଏହି ଘୂର୍ଣ୍ଣିବଳୟ ୨୪ ରୁ ୨୬ ଅକ୍ଟୋବର ମଧ୍ୟରେ ଉପକୂଳକୁ ଛୁଇଁବ । ଏହା ଦ୍ୱାରା ଭାରତ, ବାଂଲାଦେଶ ଏବଂ ମିଆଁମାର ଅଧିକ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଭାରତର ଦ୍ୱୀପପୁଞ୍ଜରେ ଲଗାଣ ବର୍ଷା ଯୋଗୁଁ  ଅବସ୍ଥା ଖରାପ ରହିଛି। ଚେନ୍ନାଇରୁ ବେଙ୍ଗାଲୁରୁ ଏବଂ ପଣ୍ଡିଚେରୀରୁ ଥିରୁବନନ୍ତପୁରମ୍ ପର୍ଯ୍ୟନ୍ତ ବର୍ଷା ହେଉଛି। ବନ୍ୟା ଯୋଗୁଁ ଜନଜୀବନ ବ୍ୟାହତ ହୋଇଛି। ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଉତ୍ତର ତାମିଲନାଡୁ, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ତାମିଲନାଡୁ, ରୟାଲ୍ ସୀମା, କର୍ଣ୍ଣାଟକ ଏବଂ କେରଳରେ ହାଲୁକାରୁ ମଧ୍ୟମ ବର୍ଷା ହେବ। କେରଳ, ତେଲେଙ୍ଗାନା, ଉପକୂଳ ଆନ୍ଧ୍ରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡର କିଛି ଅଂଶ, କୋଙ୍କଣ ଏବଂ ଗୋଆ, ମଧ୍ୟପ୍ରଦେଶ ଏବଂ ମରାଠୱାଡା ଉପରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ସିକ୍କିମ୍, ଉତ୍ତର ପୂର୍ବ ଭାରତ, ଛତିଶଗଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିଦର୍ଭ ଏବଂ ଦକ୍ଷିଣ ଗୁଜୁରାଟ ଉପରେ ହାଲୁକା ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Latest Posts

Don't Miss