ସୁଧ ରିହାତି ବିତରଣ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୩୫ଲକ୍ଷ ଚାଷୀ

1 min read

ଭୁବନେଶ୍ୱର: ଅର୍ଥନୀତିର ଆତ୍ମା, ବିକାଶର ଆଧାର ଚାଷ। ସଶକ୍ତ ଓଡ଼ିଶାର ସାରଥି ଚାଷୀ, ମା ଓ ଯୁବକ ଯୁବତୀ। ଲୋକସେବା ଭବନରେ ସୁଧ ରିହାତି ବିତରଣ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ସ୍ୱତନ୍ତ୍ର ବଜେଟ ହୋଇଛି। କାଳିଆ ଶିକ୍ଷା ବୃତ୍ତି ମଧ୍ୟ ପ୍ରଦାନ କରଯାଉଛି। ଚାଷୀଙ୍କୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ। ୩୫ଲକ୍ଷ ଚାଷୀ ସୁଧ ରିହାତି ପାଇ ଉପକୃତ ହୋଇଛନ୍ତି। ସେମାନଙ୍କୁ ସୁଧ ଦେବାକୁ ପଡିନି। ରାଜ୍ୟର କୋ-ଅପରେଟିଭ ମୁମେଣ୍ଟ ଶକ୍ତିଶାଳୀ ହୋଇଛି। ଚାଷୀଭାଇ ଆମ ଗର୍ବ, ଚାଷୀଙ୍କ କଲ୍ୟାଣ ପାଇଁ କାମ କରିଚାଲିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟର ୩୫ ଲକ୍ଷରୁ ଅଧିକ ଚାଷୀ ପରିବାର ପାଇଁ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷିଋଣ ସମବାୟ ସମିତିଙ୍କୁ ୨୦୨୨-୨୩ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ରିହାତି ବିତରଣ କରାଯାଇଛି। ଲୋକସେବା ଭବନ କନଭେନସନ ସେଣ୍ଟରରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୪୧କୋଟି ୭୬ଲକ୍ଷ ଟଙ୍କାର ବିନା ସୁଧ ଋଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏହା ପ୍ରଦାନ କରାଯାଇଛି।

ଚାଷୀଙ୍କ ବିକାଶରେ ଓଡ଼ିଶା ସମବାୟ ବିନା ସୁଧରେ ୧ଲକ୍ଷ ପର୍ଯ୍ୟନ୍ତ କୃଷିଋଣ ପ୍ରଦାନ କରୁଛି । ଏଥିରେ ପ୍ରତି ବର୍ଷ ୩୪ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି। ଚାଷୀ ଋଣ ଉପରେ ବାର୍ଷିକ ପ୍ରାୟ ୮୦୦ କୋଟି ଟଙ୍କା ସୁଧ ରିହାତି ଦେଉଛି ଓଡ଼ିଶା ସମବାୟ।