ଉଷୁମ ପାଣିରେ ସୁଣ୍ଠି ମିଶାଇ ପିଇଲେ ଦୂର ହେବ ଏହି ସବୁ ସମସ୍ୟା

ଆପଣଙ୍କର ଛାତିରେ କଫ ଜମୁଛି କି ? ଶୀତ ଦିନେ ଆଜମା, କାଶ କାରଣରୁ ଅସୁବିଧା ଭୋଗୁଛନ୍ତି କି ? ଯଦି ଏଭଳି କିଛି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଉଷୁମ ପାଣିରେ ସୁଣ୍ଠି ଗୁଣ୍ଡ ମିଶାଇ ପିଅନ୍ତୁ । ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ଶୁଣ୍ଠି ଗୁଣ୍ଡ ଖାଇଲେ ମିଳିଥାଏ ଅନେକ ସୁଫଳ । ଏହା ମ୍ୟୁକୋଲାଇଟିସ୍ ଭାବେ କାର୍ଯ୍ୟ କରିଥାଏ ।ଏହାଦ୍ୱାରା ଫୁସ୍ଫୁସ୍ରେ ଜମିଥିବା କଫ ତରଳି ବାହାରି ଯାଇଥାଏ । ଫଳରେ କାଶରୁ ମୁକ୍ତି ମିଳେ । ଆଜ୍ମା ରୋଗୀ ସକାଳୁ ଏପରି ନିୟମିତ କଲେ ଏଥିରୁ ମୁକ୍ତି ମିଳେ । ଉଷୁମ ପାଣି ସକାଳୁ ପିଇଲେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ । ଏହାଦ୍ୱାରା ହାର୍ଟ ଆଟାକ୍ର ଆଶଙ୍କା ଦୂର ହୁଏ । ଶୁଣ୍ଠି ବଦହଜମୀ, ଏସିଡିଟିରୁ ଦୂରେଇ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିୟମିତ ଏପରି କଲେ ମେଦବହୁଳତା ଆଶଙ୍କା ଦୂର ହୋଇଥାଏ । ସେହିପରି କିଡ୍ନୀ ସମସ୍ୟାରୁ ଏହା ଦୂରେଇ ରଖିଥାଏ ।