କରୋନା ସହାୟତା ଟଙ୍କା ବଣ୍ଟନରେ ଦୁର୍ନୀତି ଅଭିଯୋଗ, ମଲା ଲୋକ ନାଁରେ ଉଠୁଛି ଟଙ୍କା
ଭୁବନେଶ୍ୱର: ଭୂତ ଖାଉଛି ଭତ୍ତା ଟଙ୍କା । ଦୁର୍ନୀତିର ଗନ୍ଧ ଭତ୍ତା ଠାରୁ ଆରମ୍ଭ କରି ରାସନ ପର୍ଯ୍ୟନ୍ତ ଖେଳିବାରେ ଲାଗିଛି । କେତେବେଳେ ମଲା ଲୋକ ନାଁରେ ଉଠୁଛି ଟଙ୍କା ତ ଆଉ କେତେବେଳେ ପ୍ରକୃତ ହିତାଧିକାରୀ ରାସନ୍ ପାଇବାରୁ ବଞ୍ଚିତ ହେଉଛନ୍ତି । ଲକ୍ଡାଉନ୍ରେ ଜୀବନ ଜୀବିକା ପ୍ରଭାବିତ ହେଉଥିବାବେଳେ କରୋନା ସହାୟତା ଟଙ୍କା ବଣ୍ଟନରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡ଼ୁଛି । କରୋନା ସମୟରେ ଏଭଳି ଦୁର୍ନୀତି ଯାଜପୁର ଜିଲ୍ଲାରେ ଦେଖିବାକୁ ମିିଳିିଛି ।
ସୂଚନା ଅନୁଯାୟୀ, କୋହ୍ଲା ଗାଁର ପାର୍ବତୀ ସାହାଣୀ । ୫ମାସ ହେଲା ତାଙ୍କର ଦେହାନ୍ତ ହୋଇ ଯାଇଛି । ହେଲେ ଆଶ୍ଚର୍ଯ୍ୟର କଥା କରୋନା ପାଇଁ ଆସିଥିବା ଟଙ୍କା କିଏ ଟିପ ଚିହ୍ନ ଦେଇ ହଜାରେ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ସେପଟେ ଆଉଜେ ବଞ୍ଚିଥିବା ବେଳେ ରାସନ ସାମଗ୍ରୀ ମିଳୁନଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ।
କେବଳ ପାର୍ବତୀଙ୍କ ପରିବାର ନୁହେଁ କୋହ୍ଲା ଗାଁର ବହୁ ହିତାଧିକାରୀ କାର୍ଡ ଥାଇ ବି ଦୀର୍ଘ ଦିନ ହେଲା ରାସନ୍ ସାମଗ୍ରୀ ପାଇବାରୁ ବଞ୍ଚିତ ଅଛନ୍ତି । ପୁରା ଘୋଟାଲା ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ । ସେପଟେ ବ୍ଲକ ଯୋଗାଣ ଅଧିକାରୀ କ୍ୟାମେରା ସାମନାରେ ମୁହଁ ଖୋଲିବାକୁ ମନା କରିଛନ୍ତି । ଏବଂ ଡିଲର୍ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଧର୍ମଶାଳା ଅଞ୍ଚଳର ଜଣେ ସାମାଜିକ କର୍ମୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ।…