ଶୀତ ଦିନେ ତ୍ୱଚା ଫାଟୁଛି କି ? ଘିଅ ଦ୍ୱାରା ଏପରି କରନ୍ତୁ ଉପଚାର

ଘିଅ ଏଭଳି ଏକ ଖାଦ୍ୟ ପଦାର୍ଥ ଯାହା ଘରେ ଘରେ ଅତି ସହଜରେ ଉପଲବ୍ଧ । ଘିଅରେ ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ ଏବଂ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଉପକାରୀ । ଖୁବ କମ ଲୋକ ଜାଣିଥିବେ ଯେ ଘିଅ ତ୍ୱଚା ପାଇଁ ଲାଭଦାୟକ । ଆୟୁର୍ବେଦରେ ଘିଅକୁ ଔଷଧ ରୂପରେ ବ୍ୟବହାର କରାଯାଏ । ତେବେ ଆସନ୍ତୁ ଜାଣିବା ତ୍ୱଚାରେ ଗ୍ଲୋ ଆଣିବା ପାଇଁ ଘିଅ କିପରି କାମ କରିଥାଏ ।

ଘିଅରେ ପ୍ରସ୍ତୁତ ମୋଶ୍ଚରାଇଜିଂ କ୍ରିମ

ଘିଅଠୁ ଉତ୍ତମ ମୋଶ୍ଚରାଇଜିଂ କ୍ରିମ ଆଉ କିଛି ହୋଇନପାରେ । ଘିଅ ସ୍କିନକୁ ହାଇଡ୍ରେଡ ରଖିବା ସହ ମୁହଁରେ ଥିବା ଦାଗ ଲିଭାଇବାରେ ସାହାଯ୍ୟ କରିଥାଏ ଯାହାଦ୍ୱାରା ତ୍ୱଚା ଗ୍ଲୋ କରିଥାଏ । ତ୍ୱଚାକୁ କୋମଳ କରିବା ପାଇଁ କଞ୍ଚା କ୍ଷୀରରେ ବେସନ ଏବଂ ଘିଅ ମିଶାଇ ଏକ ଲେପ ପ୍ରସ୍ତୁତ କରନ୍ତୁ । ଏହାକୁ ନିଜ ତ୍ୱଚାରେ ଲଗାଇ ଧିରେ ଧିରେ ମାଲିସ କରନ୍ତୁ । ୧୫ ମିନିଟ ପରେ ଏହାକୁ ଧୋଇଦିଅନ୍ତୁ ।

ଓଠ ଫାଟୁଥିଲେ ଲଗାନ୍ତୁ ଘିଅ

ଶୀତ ଦିନରେ ପ୍ରାୟ ସମସ୍ତଙ୍କ ଓଠ ଫାଡ଼ିବା ସମସ୍ୟା ଦେଖାଦେଇଥାଏ । ଶୀତ ଦିନରେ ଘିଅ ଓଠକୁ ନରମ ରଖିବାରେ ସାହାଯ୍ୟ କରିଥାଏ । ରାତିରେ ଶୋଇବା ପୂର୍ବରୁ ଓଠରେ ଅଳ୍ପ ମାତ୍ରାରେ ଘିଅ ଲଗାନ୍ତୁ ଏବଂ କିଛି ସମୟ ଧରି ମାଲିସ କରି ତାକୁ ସେମିତି ଛାଡ଼ିଦିଅନ୍ତୁ । ସକାଳେ ଓଠକୁ ପାଣିରେ ଧୋଇଦିଅନ୍ତୁ ।

କେଶକୁ କୋମଳ କରିଥାଏ

ଶୀତ ଦିନେ କେଶ ଶୁଷ୍କ ହୋଇଯାଇ ଥାଏ । ଘିଅରେ ଫୈଟୀ ଏସିଡ ରହିଥାଏ ଯାହା କେଶକୁ କୋମଳ କରିବାରେ ସାହାଯ୍ୟ କରିଥାଏ । ଘିଅ କେଶରେ ପ୍ରାକୃତିକ କଣ୍ଡିସନରର କାମ କରିଥାଏ । ଏକ ଚାମଚ ଘିଅକୁ ଗରମ କରି ଏହାକୁ କେଶରେ ମାଲିସ କରନ୍ତୁ ଏବଂ ୨ ଘଣ୍ଟା ପରେ ଶାମ୍ପୁ କରି ଧୋଇଦିଅନ୍ତୁ ।

ତ୍ୱଚାକୁ ଯବାନ ବନାଇଥାଏ

 

ମାତ୍ର ଅଳ୍ପ ମାତ୍ରାରେ ଘିଅ ବ୍ୟବହାର କରି ଆପଣ ଯବାନ ଦେଖାଯାଇପାରିବେ । ପ୍ରତିଦିନ ଘିଅ ବ୍ୟବହାର କଲେ ବୟସର ପ୍ରଭାବ ତ୍ୱଚାରେ ଧିରେ ଧିରେ ଅନୁଭବ ହୋଇଥାଏ । କିଛି ବୁନ୍ଦା ଘିଅକୁ ହାତରେ ନେଇ ନିଜ ମୁହଁରେ ମାଲିସ କରନ୍ତୁ ଏବଂ କିଛି ସମୟ ପରେ ତାକୁ ଧୋଇଦିଅନ୍ତୁ ।

Leave a Reply