୭ ଦିନ ପାଇଁ ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରାକୁ ଅନୁମତି

1 min read
BeMC Granted Permission For Celebration Of Maa Budhi Thakurani Yatra

ବ୍ରହ୍ମପୁର: ଚଳିତ ବର୍ଷ ଅନୁଷ୍ଠିତ ହେବ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏନେଇ ଅନୁମତି ଦେଇଛନ୍ତି ବିଇଏମସି କମିଶନର ଡା.ସିଦ୍ଧେଶ୍ୱର ବଳିରାମ ବୋନ୍ଦର । ଏନେଇ ସେ ଟ୍ୱିଟ୍ ଯୋଗେ ଅବଗତ କରାଇଛନ୍ତି । ତେବେ ୭ ଦିନ ଧରି ଏହି ଯାତ୍ରା କରିବାକୁ ଅନୁମତି ଦେଇଛି ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ପାଳନ କରି ୭ ଦିନ ମଧ୍ୟରେ ଯାତ୍ରା ସାରିବାକୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିଇଏମସି କମିଶନର । ଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଅନୁମତି ମିଳିଥିବାରୁ ବ୍ରହ୍ମପୁରବାସୀ ଖୁସି ବ୍ୟକ୍ତ କରିଛନ୍ତି ।

ତେବେ ଦୁଇବର୍ଷରେ ମାଆଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ମାତ୍ର ୭ ଦିନ ଯାତ୍ରା ପାଳନ ପାଇଁ ଯଥେଷ୍ଟ ନୁହେଁ ବୋଲି କହିଛନ୍ତି ଯାତ୍ରା କମିଟି ସଦସ୍ୟ । ଗତକାଲି ମାଆଙ୍କ ଶୁଭଖୁଣ୍ଟି ସ୍ଥାପନ ହେବାର ଥିଲା । ତେବେ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଅନୁମତି ମିଳିବା ପରେ ଦେଶୀ ବେହେରାଙ୍କ ଅଧ୍ୟକ୍ଷତାରେ ପୁଣି ଯାତ୍ରା କମିଟି ବୈଠକ ବସି ଦିନ ଧାର୍ଯ୍ୟ କରାଯିବ ।

BeMC Granted Permission For Celebration Of Maa Budhi Thakurani Yatra

ପଣ୍ଡିତଙ୍କ ସିଦ୍ଧାନ୍ତ ପରେ ତାରିଖ ଘୋଷଣା ପରେ ମା’ଙ୍କ ମନ୍ଦିର ଅର୍ଥାତ ଶାଶୂ ଘରକୁ ଯାଇ ନିମନ୍ତ୍ରଣ କରାଯିବା ପରେ ସ୍ଥାପନ ହେବ ଶୁଭଖୁଣ୍ଟି । ତେବେ କୋଭିଡ୍ ଗାଇଡଲାଇନ୍ ମାନିବା ସପକ୍ଷରେ ଯାତ୍ରା କମିଟି ମତ ଦେଇଛି । ଯାତ୍ରା ପାଇଁ କୌଣସି ବିରାଟ ପଟୁଆରକୁ ମନା କରାଯାଇଥିବା ବଳେ ଅସ୍ଥାୟୀ ମନ୍ଦିରରେ ସାମାଜିକ ଦୂରତା ରଖି ଶ୍ରଦ୍ଧାଳୁ ଦର୍ଶନ କରିବେ । ତେବେ ଜିଲ୍ଲା ବ୍ୟତୀତ ବାହାର ରାଜ୍ୟର କୌଣସି ଭକ୍ତଙ୍କୁ ଆସିବାକୁ ବାରଣ କରାଯାଇଛି ।

Leave a Reply