ବେଲଜିୟମ ବୈଜ୍ଞାନିକ ଏରିକ ଜେକ୍ୟୁମିନଙ୍କୁ ୟୁନେସ୍କୋ କଳିଙ୍ଗ ପୁରସ୍କାର

ଭୁବନେଶ୍ୱର: କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବେଲଜିୟମର ବିଶିଷ୍ଟ ବୈଜ୍ଞାନିକ ଏରିକ ଜେକ୍ୟୁମିନଙ୍କୁ ସମ୍ମାନିତ କରାଯାଇଛି । ୟୁନେସ୍କୋ କଳିଙ୍ଗ ପୁରସ୍କାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ବିଜ୍ଞାନକୁ ଲୋକପ୍ରିୟ କରାଇଥିବାରୁ ଏରିକ ଜେକ୍ୟୁମିନଙ୍କୁ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଇଛି । ଏରିକ ଏବେ ୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ।

୧୯୫୧ ମସିହାରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କଳିଙ୍ଗ ପୁରସ୍କାର ପ୍ରତିଷ୍ଠା  କରିଥିଲେ । ପ୍ରଥମେ କଳିଙ୍ଗ ପରେ ୟୁନିସ୍କୋ କଳିଙ୍ଗ ପୁରସ୍କାର ନାମରେ ଏହା ପ୍ରଚଳିତ ହୋଇ ଆସୁଛି । ପ୍ରତି ୨ ବର୍ଷରେ ଥରେ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମରେ କଳିଙ୍ଗ ପୁରସ୍କାରର ଟ୍ରଷ୍ଟି ପ୍ରଫୁଲ ସାମଲ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକ, ପ୍ରଫେସର ସୁଧାକର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply