ଅଲିମ୍ପିକ୍ସ ଇତିହାସର କମ୍‌ବ୍ୟାକ୍ ଚାମ୍ପିଆନ୍: ୬୭ ବର୍ଷ ବୟସରେ ହାତେଇଥିଲେ ପଦକ

1 min read

ଅଲିମ୍ପିକ୍ସ ଇତିହାସରେ ଏଭଳି ଅନକେ ଚାମ୍ପିଆନ୍‌ଙ୍କୁ ଦେଖିବାକୁ ମିଳିଛି ଯେଉଁମାନଙ୍କ କୀର୍ତ୍ତମାନର ତାଲିକା ବେଶ ଲମ୍ୱା । ଯେଉଁମାନଙ୍କ ପ୍ରଦର୍ଶନ ଆଜି ମଧ୍ୟ ସର୍ବଶ୍ରେଷ୍ଠ । ଯିଏ ଏହି କ୍ରୀଡ଼ା ମହାକୁମ୍ଭରୁ ନିଜକୁ ମହାନ ଖେଳାଳି ଭାବେ ବିବେଚିତ କରାଇପାରିଛନ୍ତି । ସେଭଳି ଜଣେ ତୀରନ୍ଦାଜ ହେଉଛନ୍ତି ହବର୍ଟ ଭ୍ୟାନ୍ ଇନ୍ସ୍ । ସେ କେବଳ ଚାମ୍ପିଆନ୍ ନୁହଁନ୍ତି କମ୍‌ବେକ୍ ଚାମ୍ପଆନ୍ । ଯିଏ ପ୍ରମାଣିତ କରିଦେଖାଇଛନ୍ତି ଚାମ୍ପିଆନ୍ ଖେଳାଳି ପାଇଁ ବୟସ କେବଳ ମାତ୍ର ଗୋଟେ ସଂଖ୍ୟା ତାହା ଠାରୁ ଅଧିକ କିଛି ନୁହଁ । ଏହି ଖେଳାଳି ଜଣଙ୍କ ଥରେ ନୁହେଁ ଦୁଇ ଦୁଇ ଥର କମ୍‌ବ୍ୟାକ୍ କରିଛନ୍ତି । ଏବଂ ସବୁଥର ନିଜ ପ୍ରଦର୍ଶନରେ ଦୁନିଆକୁ ଚକିତ୍ କରିଛନ୍ତି ।

ବେଲଜିୟମ୍‌ର ଏହି ତୀରନ୍ଦାଜ ହବାର୍ଟ ବେନ୍ ଅଲିମ୍ପିକରେ ୯ଟି ମେଡାଲ ଜିତିଛନ୍ତି । ଏହି ଉପଲବ୍ଧି ଏଥିଲାଗି ବଡ଼ ଯେ, ସେ ୨୦ ବର୍ଷର ଲମ୍ୱା ସମୟ ମଧ୍ୟରେ ଏହି ସଫଳତା ହାସଲ କରିଛନ୍ତି । ହବର୍ଟ ୧୩ ବର୍ଷ ବୟସରେ ତୀରନ୍ଦାଜ ଖେଳ ଆରମ୍ଭ କରିଥିଲେ । ଏବଂ ଜୀବନ ସାରା ଏହି ଖେଳ ସହ ଯୋଡ଼ି ହୋଇରହିଥିଲେ । ହବର୍ଟଙ୍କ ଜନ୍ମ ବେଲଜିୟମ୍ ବ୍ରେସେଲ୍ସର ଏକ ଗାଁରେ ହୋଇଥିଲା । ସେ ପିଲାବେଳେ ଦୁଗ୍ଧ ବିକିକା ଭାବେ କାମ କରୁଥିଲେ । ସେ ନିଜ କୁକୁର ସହ ଦୁଗ୍ଧ ବିକୁଥିଲେ ପରେ ତାକୁ ଘରକୁ ପଠାଇ ସେ ତୀରନ୍ଦାଜ ଅଭ୍ୟାସ ପାଇଁ ବାହାରି ଯାଉଥିଲେ । ୧୩ ବର୍ଷ ବୟସରେ ସେ ଆଣ୍ଟଓ୍ୱାର୍ପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ପରେ ସେ ୧୮୯୩, ୧୮୯୪, ୧୮୯୫ ଏବଂ ୧୮୯୬ରେ ଦେଶ ଭିତରେ ବହୁ ବଡ଼ ବଡ଼ ମେଡାଲ ଜିତିଥିଲେ । ୧୮୮୧ରେ ତାଙ୍କୁ ସ୍ୱତନ୍ତ୍ର ରାୟନ୍ ପ୍ରାଇଜ ଦିଆଯାଇଥିଲା ।

ଭେନ୍ ପ୍ରଥମ ଥର ପାଇଁ ୧୯୦୦ ମସିହାରେ ଅଲିମ୍ପିକ୍ସରେ ଭାଗ ନେଇଥିଲେ । ସେତେବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା । ସେ ତୀରନ୍ଦାଜରେ ଚାରି ବିଭାଗରେ ଭାଗ ନେଇଥିଲେ । ଯେଉଁଥିରୁ ସେ ଦୁଇଟିରେ ଗୋଲ୍ଡ ଏବଂ ଗୋଟିଏରେ ସିଲଭର ମେଡାଲ ହାସଲ କରିଥିଲେ । ତାଙ୍କର ଏଭଳି ପ୍ରଦର୍ଶନ ପରେ ଲୋକଙ୍କୁ ଲାଗିଥିଲା ଯେ, ସେ ଆଗକୁ ମଧ୍ୟ ଅନେକ ପଦକ ଜିତିପାରିବେ । କିନ୍ତୁ ଏଭଳି ହେଲାନାହିଁ ।

୧୯୦୦ ମସିହାରେ ଅଲିମ୍ପିକ୍ସରେ ପ୍ରଥମ ଓ ଶେଷ ଥର ପାଇଁ ଜୀବିତ ପକ୍ଷୀଙ୍କୁ ବ୍ୟବହାର କରାଯାଇଥିଲା । ଏକାଧିକ ପକ୍ଷୀଙ୍କୁ ସୁଟର ସାମ୍ନାକୁ ଛଡ଼ାଯାଉଥିଲା ଏବଂ ଯିଏ ସର୍ବାଧିକ ପକ୍ଷୀକୁ ମାରୁଥିଲେ ସେ ବିଜେତା ହେଉଥିଲା । ଭେନ୍ ଏଥିରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପରେ ଆଉ ୨୦ ବର୍ଷ ଯାଏଁ ଅଲିମ୍ପକ୍ସରେ ଭେନ୍‌ଙ୍କୁ ଦେଖିବାକୁ ମିଳିଲାନାହିଁ । ଲୋକେ ତାଙ୍କୁ ଏକପ୍ରକାର ଭୁଲିବାରେ ଲାଗିଥିଲେ । ହଠାତ୍‌ ୨୦ବର୍ଷ ପରେ ତାଙ୍କୁ ଅଲିମ୍ପକ୍ସରେ ଦେଖିବାକୁ ମିଳିଥିଲା । ଯେତେବେଳେ ବେଲଜିୟମ୍‌ର ଆଣ୍ଟଓ୍ୱାର୍ପରେ ଅଲିମ୍ପିକ୍ସ ଆୟୋଜନ କରାଗଲା ଏଣୁ ସେ ନିଷ୍ପତ୍ତି ନେଲେ ସେ ପୁଣି ଖେଳରେ ଭାଗ ନେବେ  । ଏବଂ ସେଠାରେ ସେ ୪ ଗୋଲ୍ଡ ମେଡାଲ ଏବଂ ୨ ସିଲଭର ମେଡାଲ ଜିତିଥିଲେ । ଏଭଳି ୬ଟି ମେଡାଲ ଜିତି ସେ କମ୍‌ବ୍ୟାକ ଚାମ୍ପିଆନ୍ ବନିଥିଲେ । ଏହା ପରେ ଭେନ୍ ପୁଣି କେବେ ଅଲିମ୍ପକ୍ସରେ ଭାଗ ନେଇନଥିଲେ । କିନ୍ତୁ ୧୩ ବର୍ଷ ପରେ ସେ ଅନ୍ତର୍ଜାତୀୟସ୍ତରରେ ୧୯୩୩ରେ ଅନୁଷ୍ଠିତ ତୀରନ୍ଦାଜୀର ଏକ ଓ୍ୱାର୍ଲ୍ଡ ଚାମ୍ପିଅନସିପ୍‌ରେ ଭାଗ ନେଇଥିଲେ । ସେହି ସମୟରେ ତାଙ୍କ ବୟସ ୬୭ ବର୍ଷ ଥିଲା । ଏବଂ ଏଠାରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଏଥିସହିତ ପଢ଼ନ୍ତୁ: Tokyo Olympics: କ୍ରୀଡ଼ା ମହାକୁମ୍ଭରେ କରୋନାର ଛାପ: ଆଉ ୩ ଆଥ୍‌ଲେଟ ସଂକ୍ରମିତ ଚିହ୍ନଟ

Leave a Reply