spot_img

Latest Posts

ଦିଲ୍ଲୀରେ ବେଲଗାମ ପ୍ରଦୂଷଣ, ସରକାର କୃତ୍ରିମ ବର୍ଷା କରିବାକୁ କରୁଛନ୍ତି ଯୋଜନା

ଦିଲ୍ଲୀ  : ଦିଲ୍ଲୀରେ ବେଲଗାମ ପ୍ରଦୂଷଣ। ସାତ ଦିନ ହେଲାଣି ବାୟୁର ଗୁଣବତ୍ତା ମାନ ୪ଶହ ଉପରେ ରହୁଛି। ପ୍ରଦୂଷଣର ମୁକାବିଲା କରିବାକୁ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର ।ଆସନ୍ତା ୨୦ ଏବଂ ୨୧ ତାରିଖରେ କୃତ୍ରିମ ବର୍ଷା କରିବାକୁ ଯୋଜନା ରହିଛି। ଏଥିଲାଗି କାନପୁର ଆଇଆଇଟି ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏବଂ ଅର୍ଥମନ୍ତ୍ରୀ ଅତିଶୀ । କୃତ୍ରିମ ବର୍ଷା ନେଇ ଆଇଆଇଟି ସଦସ୍ୟଙ୍କୁ ସବିଶେଷ ବିବରଣୀ ମାଗିଛନ୍ତି ଗୋପାଳ ରାୟ । ଆସନ୍ତାକାଲି ଏହି ରିପୋର୍ଟକୁ ସୁପ୍ରିମକୋର୍ଟରେ ଦାଖଲ କରାଯିବ। ତେବେ କୃତ୍ରିମ ବର୍ଷା ହେବା ଲାଗି ଆକାଶରେ କମରେ ୪୦ ପ୍ରତିଶତ ମେଘର ଆବଶ୍ୟକ ରହିଛି। ଆସନ୍ତା ୨୦ ଏବଂ ୨୧ ତାରିଖରେ ଦିଲ୍ଲୀରେ ମେଘୁଆ ପାଗ ରହିବା ସମ୍ଭାବନା ରହିଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଲେ କୃତ୍ରିମ ବର୍ଷା ନେଇ କେନ୍ଦ୍ର ସହ ଆବଶ୍ୟକ ଅନୁମତି ନେଇ ଆଲୋଚନା କରାଯିବ।କୃତ୍ରିମ ବର୍ଷା ହେଲେ ରାଜଧାନୀବାସୀଙ୍କୁ ପ୍ରଦୂଷଣର ସାମାନ୍ୟ ଆଶ୍ବସ୍ତି ମିଳିପାରେ । Delhi-NCR's air quality improves as rainfall brings down Diwali pollution

ଦିଲ୍ଲୀ ଆଖପାଖ ରାଜ୍ୟ ଗୁଡିକରେ ଜମିରେ ପାଳ ପୋଡ଼ାଯିବା ଘଟଣା ବଢୁଥିବାରୁ ପ୍ରଦୂଷଣ ମଧ୍ୟ ସେହି ହିସାବରେ ବଢି ଚାଲିଛି। ଦିଲ୍ଲୀରେ ଯେକୌଣସି ମତେ ପ୍ରଦୂଷଣ ନିୟନ୍ତ୍ରଣ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣ ରୋକିବା ନେଇ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ପାଳ ପୋଡାଯିବା କେମିତି ରୋକାଯାଇ ପାରିବ ସେଥିପ୍ରତି ଗୁରୁତ୍ବାରୋପ କରିଥିଲେ ସର୍ବୋଚ୍ଚ୍ ନ୍ୟାୟାଳୟ। ଆଜି ଦିଲ୍ଲୀ ପ୍ରଦୂଷଣକୁ ନେଇ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି।

Latest Posts

Don't Miss