୨୦୨୫ ବିଦାୟ ବର୍ଷର ଶେଷ ଦିନରେ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଘନେଇଛି ବିବାଦ । ୨୦୨୬ ପାଇଁ ଜାରି ହୋଇଥିବା କ୍ୟାଲେଣ୍ଡରରେ ତ୍ରୁଟିକୁ ନେଇ ବଢିଛି ଅସନ୍ତୋଷ । ଶ୍ରୀମନ୍ଦିର ପ୍ରଶାସନର କ୍ୟାଲେଣ୍ଡରରେ ରହିଛି ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଅନେକ ଫଟୋ ଚିତ୍ର l ଏହି ପଟ୍ଟଚିତ୍ର ମଧ୍ୟରେ ୨ଟି ଫଟୋ ଚିତ୍ର ବେଶ ଚର୍ଚ୍ଚାର ବିଷୟ ପାଲଟିଛି l ମହାପ୍ରଭୁ ଜଗନ୍ନାଥ ବଳଭଦ୍ରଙ୍କ ସ୍ଥାନରେ ଓ ବଳଭଦ୍ର ମହାପ୍ରଭୁ ଜଗନ୍ନାଥଙ୍କ ସ୍ଥାନରେ ସ୍ଥାନିତ ଥିବା ତାଳପତ୍ର ଖୋଦିତ ଫଟୋକୁ ନେଇ ସବୁ ମହଲରେ ଆଲୋଚ୍ୟର ବିଷୟ ପାଲଟିଛି l ଏପରିକି ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ମଧ୍ୟ ସ୍ଥାନିତ ହୋଇଥିବା ଆଉ ଏକ ଫଟୋ ମଧ୍ୟ ଚର୍ଚ୍ଚାର ପରିଧିକୁ ଆସିଛି l କ୍ୟାଲେଣ୍ଡରରେ ଏହିଭଳି ତ୍ରୁଟିପୂର୍ଣ୍ଣ ପଟ୍ଟଚିତ୍ର ଜଗନ୍ନାଥ ସଂସ୍କୃତିକୁ ନେଇ ଅବମାନନା ବୋଲି ସେବାୟତ ମାନେ ଯୁକ୍ତି ବାଢିବାଢିଛନ୍ତି । ଏହାକୁ ତୁରନ୍ତ ଅପସାରଣ କରିବା ପାଇଁ ମତ ପ୍ରକାଶ ପାଇଛି ।
ମହାପ୍ରଭୁଙ୍କର ଏହି ତ୍ରୁଟି ପୂର୍ଣ୍ଣ ଫଟୋ ଚିତ୍ର କ୍ୟାଲେଣ୍ଡରରେ ସ୍ଥାନିତ ହେବାକୁ ନେଇ ସାଧାରଣ ଭକ୍ତଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି l ଏପରି ତ୍ରୁଟି ପୂର୍ଣ୍ଣ ଚିତ୍ର ବର୍ତ୍ତମାନ ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ସ୍ଥାନିତ କରିବାକୁ ନେଇ ଭକ୍ତଙ୍କ ମଧ୍ୟରେ ସମାଲୋଚନା କରାଯାଇଛି l ବର୍ତ୍ତମାନ ସମୟରେ ପ୍ରଭୁଙ୍କ ମହିମା ଗରିମାକୁ ଦୃଷ୍ଟିରେ ରଖି ବିଧି ମୁତାବକ ସଠିକ ତଥ୍ୟ ଥିବା ଫୋଟୋ ସ୍ଥାନିତ କରାଯିବାର ଆବଶ୍ୟକତା ରହିଛି l ଅନ୍ୟଥା ଏଭଳି ଭିବ୍ରାନ୍ତକରଣ ଫଟୋ ନୂତନ ଯୁବ ପିଢିଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତିକୁ ନେଇ ଭୁଲ ଧାରଣା ସୃଷ୍ଟି କରାଇବାର ଆଶଙ୍କ ରହିଥିବା ନେଇ ଜନସାଧାରଣ ମହଲରେ ପତିକ୍ରିୟା ପ୍ରକାଶ ପାଇଛି l କ୍ୟାଲେଣ୍ଡରରେ ଫଟୋ ଚିତ୍ର ତ୍ରୁଟି କୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଥିବାବେଳେ ତାଳପତ୍ର ଖୋଦିତ ଚିତ୍ରଟି ରାଜ୍ୟ ସଂଗ୍ରାହଳୟରୁ ସଂଗୃହିତ ହୋଇଥିବା ବେଳେ ଏହା ବହୁ ପ୍ରାଚୀନ କଳାକୃତି ବୋଲି ଏହି ତ୍ରୁଟିକୁ ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି l

