ମିଳିଲା ୨ଶହ ୫୦ କୋଟି ବର୍ଷର ପୁରୁଣା ଲାଭା

1 min read

କେନ୍ଦୁଝର: ଯୋଡ଼ା ବ୍ଲକ ନମ୍ବିରା ରୁ ମିଳିଲା ୨ଶହ ୫୦ କୋଟି ବର୍ଷର ପୁରୁଣା ଲାଭା । ଏହି ତକିଆ ଆକୃତିର ବିରଳ ଲାଭାର ସଂରକ୍ଷଣ ଓ ଏହି ସ୍ଥାନକୁ ଏକ ପର୍ଯ୍ୟଟନସ୍ଥଳୀ ରୂପେ ବିକାଶ କରିବାକୁ Geological Survey of India ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ସେତେବେଳେ ଭୂପୃଷ୍ଠରେ ଉଦ୍ଭିଦ କିମ୍ବା ପ୍ରାଣୀ ଜଗତ ସୃଷ୍ଟି ହୋଇନଥବା କହିଛନ୍ତି ଭୂତତ୍ତ୍ଵବିତ୍ ।

ସେହି ସମୟରେ ଏଠାରେ ସମୁଦ୍ର ଥିବା ବେଳେ, ଆଗ୍ନେୟ ଉଦଗୀରଣ ବେଳେ, ତାହା ସମୁଦ୍ର ପାଣିରେ ଥଣ୍ଡା ହୋଇ ଏଭଳି ଗୋଲାକାର ଆକୃତିର ଲାଭା ସୃଷ୍ଟି ହୋଇଥିଲା । ନମ୍ବିରା ଛଡ଼ା ଏଭଳି ପୁରାତନ ଲାଭା କେବଳ କର୍ଣ୍ଣାଟକର ମରାଡ଼ିହଲିରେ ଦେଖିବାକୁ ମିଳିଥାଏ । ଏହାର ସଂରକ୍ଷଣ କରିବା ସହ , ଏହି ସ୍ଥାନକୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ କରିଛି ଭାରତ ସରକାରଙ୍କ ଭୂତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା । ଏନେଇ ଆଜି ଏକ ପ୍ରେସମିଟ୍ ର ଆୟୋଜନ କରି ସର୍ବସାଧାରଣ ଙ୍କ ଅବଗତି ଓ ସଚେତନତା ପାଇଁ ଏଠାରେ ଏକ ଫଳକ ଉଦଘାଟନ କରାଯାଇଛି ।