ବିଅର ଦାମ୍ ୧୫ ପ୍ରତିଶତ ବଢ଼ିଲା: ଫେବୃଆରୀ ୧୧ରୁ ଲାଗୁ ହେଲା ନୂଆ ଦର

1 min read

ନୂଆଦିଲ୍ଲୀ: ବିଅର ପାନ କରୁଥିବା ସମସ୍ତ ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା । ବିଅର ଦାମ୍ ୧୫ ପ୍ରତିଶତ ବୃଦ୍ଧି ଘଟିଛି । ଆଜିଠାରୁ ଅର୍ଥାତ ଫେବୃଆରୀ ୧୧ ତାରିଖ ଠାରୁ ବିଅରର ନୂଆ ଦାମ୍ ପ୍ରଭାବୀ ହୋଇଛି । ବିଅରର ଦାମ୍ ବୃଦ୍ଧି ନିଷ୍ପତ୍ତି ହେବା ଫଳରେ ତାହା ଅନେକ ଲୋକଙ୍କୁ ଶକ୍ତ ଝଟକା ଦେଇଛି । ଏଣିକି ବିଅର କିଣିଲେ ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡ଼ିବ । ବିଅର କିଣିଲେ ପୂର୍ବରୁ ଲୋକମାନେ ଯେଉଁ ଟଙ୍କା ଦେଉଥିଲେ, ଏବେ ସେମାନଙ୍କୁ ୧୫ ପ୍ରତିଶତ ଅଧିକ ଅର୍ଥ ନିଜ ପକେଟରୁ ଗଣିବାକୁ ପଡ଼ିବ । ସରକାରଙ୍କ ଏହି ନିଷ୍ପତ୍ତି ଏବେ ଅନେକ ଲୋକଙ୍କ ଅସନ୍ତୋଷର କାରଣ ପାଲଟିଛି ।

ସୂଚନା ମୁତାବକ, ତେଲେଙ୍ଗାନା ସରକାର ବିଅରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଅର ଦାମରେ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ଅବକାରୀ ନୀତି ଅନୁସାରେ ବିଅରର ସଂଶୋଧନ ଦର ଲାଗୁ କରାଯାଇଛି । ମଦ ବିକ୍ରି ଦ୍ବାରା ରାଜସ୍ବ ବୃଦ୍ଧି କରିବା ଏହି ନିଷ୍ପତ୍ତି ପଛର ଉଦ୍ଦେଶ୍ୟ ରହିଛି । ରାଜ୍ୟ ସରକାର ଅବକାରୀ ଶୁଳ୍କକୁ ସଂଶୋଧନ କରିବା ପରେ ବିଅର ଦାମ୍ ୧୫ ପ୍ରତିଶତ ବୃଦ୍ଧି ଘଟିଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେକ୍ଷ ଫଳରେ ତେଲେଙ୍ଗାନା ଦକ୍ଷିଣ ଭାରତରେ ବିଅର ବ୍ୟବହାରରେ ସବୁଠାରୁ ମହଙ୍ଗା ରାଜ୍ୟ ମଧ୍ୟରେ ସାମିଲ ହୋଇଛି । ବିଅରର ଏହି ଦର ବୃଦ୍ଧି ସହ ବ୍ରାଣ୍ଡ ଆଧାରରେ ବିଅରର ଏକ ନିୟମିତ ୬୫୦ ମିଲିଲିଟର ବୋତଲର ଦାମ ପାଖାପାଖି ୧୭୦-୧୮୦ ଟଙ୍କା ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି । ବିଅରର ଦାମରେ ୧୫ ପ୍ରତିଶତ ବୃଦ୍ଧି ନେଇ ପ୍ରସ୍ତାବ ରଖାଯାଇଥିଲା । ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ଆଜିଠାରୁ ସଂଶୋଧିତ ଦର ଲାଗୁ କରାଯାଇଛି ।