ଜୀବନ ପାଇଁ ଭାଲୁ ସହ ଲଢେଇ

ନୀଳଗିରି: ଭାଲୁ ସହ ଲଢେଇ । ବଞ୍ଚିବା ପାଇଁ ମୃତ୍ୟୁ ସହ ସଂଗ୍ରାମ । ଦୁଇଟି ଭାଲୁ ସହିତ ଲଢ଼ି ଗୁରୁତର ହେଲେ ଯୁବକ । ନୀଳଗିରି ଥାନା ମିରିଗିଣି ନିକଟ ନିଶ୍ଚିନ୍ତପୁର ଗାଁର ରଞ୍ଜନ କୁମାର ପାତ୍ର ବନ୍ଧୁ ଘରୁ ଫେରୁଥିବା ବେଳେ ଦୁଇ ଭାଲୁ ହାବୁଡ଼ରେ ପଡ଼ିଥିଲେ । ଜୀବନ ବଞ୍ଚାଇବା ପାଇଁ କିଛି ସମୟ ଦୁଇ ଭାଲୁ ସହ ଲଢ଼ିଥିଲେ ।
ଏହାରି ଭିତରେ ରଞ୍ଜନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଦୌଡ଼ିଆସି ତାଙ୍କୁ ଭାଲୁ ମୁହଁରୁ ଉଦ୍ଧାର କରିଥିଲେ । ରଞ୍ଜନଙ୍କୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛଇ । ଅଳ୍ପଦିନ ବ୍ୟବଧାନରେ ନୀଳଗିରି ଅଞ୍ଚଳରେ ବାରମ୍ବାର ଭାଲୁ ଆକ୍ରମଣ ଘଟଣା ଦେଖି ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି ।