spot_img

Latest Posts

ସୀମାରେ ମହୁମାଛି ସାଜିବେ ସୁରକ୍ଷା ବାହିନୀ

ବ୍ୟୁରୋ ରିପୋର୍ଟ: ସୀମାରେ ଅନୁପ୍ରବେଶକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ମହୁମାଛିର ସାହାଯ୍ୟ ନେବ ସୀମା ସୁରକ୍ଷା ବାହିନୀ । ଭାରତ-ବାଂଲାଦେଶ ସୀମା ଅଞ୍ଚଳରେ ଚୋରାଚାଲାଣ ଓ ଅନୁପ୍ରବେଶ ରୋକିବା ଲାଗି ଏହି ନୂଆ ପଦକ୍ଷେପ ନେବ ସୀମା ସୁରକ୍ଷା ବଳ । ଏହା କେବଳ ଅନୁପ୍ରବେଶକାରୀଙ୍କୁ ଉପରେ ଲଗାମ ଲଗାଇବ ନାହିଁ ବରଂ ସ୍ଥାନୀୟ ଲୋକଙ୍କୁ ରୋଜଗାର ମଧ୍ୟ ଦେବ । ସୀମାନ୍ତ ଗ୍ରାମଗୁଡିକରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜୀବନ୍ତ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ପାଇଲଟ ପ୍ରକଳ୍ପ ଭାବରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହା କେବଳ ସୀମା ଅନୁପ୍ରବେଶ ଏବଂ ଚୋରା ଚାଲାଣ ବନ୍ଦ କରିବ ନାହିଁ ବରଂ ଚାଷୀଙ୍କୁ ମଧ୍ୟ ଉପକୃତ କରିବ ।

ବିଏସ୍ଏଫ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ସୀମାରେ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ମହୁମାଛି ସହିତ ଯୋଡ଼ିବା ପାଇଁ ନଦିଆ ଜିଲ୍ଲାର ସୀମାନ୍ତ ଅଂଚଳରେ ବିଏସଏଫର ୩୨ ତମ ବାଟାଲିୟନ ଦ୍ୱାରା ଏହାର ପ୍ରଥମ ପ୍ରକାର ଯୋଜନା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ ବିଏସ୍ଏଫ୍ ସୀମାରେ ରହୁଥିବା ଗ୍ରାମବାସୀଙ୍କୁ ମହୁଚାଷ କରିବାକୁ ପ୍ରୋତ୍ସାହନ ଯୋଗାଇବ । ଏଥିରେ ବିଏସ୍ଏଫ୍ କେନ୍ଦ୍ର ସରକାରଙ୍କ ସହାୟତା ନେଉଛି। ସୀମାବର୍ତ୍ତୀ ଗ୍ରାମବାସୀମାନେ ମହୁଚାଷରୁ ଆୟର ସେମାନଙ୍କ ଭାଗ ମଧ୍ୟ ପାଇବେ। ଏହାଛଡ଼ା ମହୁମାଛିଙ୍କୁ ଅନୁପ୍ରବେଶକାରୀଙ୍କ ବିରୋଧରେ ଅସ୍ତ୍ର ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ । ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରାୟ ୪ ହଜାର କିଲୋମିଟର ସୀମା ମଧ୍ୟରୁ ପ୍ରାୟ ୨୨୦୦ କିଲୋମିଟର ପଶ୍ଚିମବଙ୍ଗରେ ଅଛି। ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ବିଏସ୍ଏଫ୍ ବର୍ତ୍ତମାନ ମହୁମାଛି ମାଧ୍ୟମରେ ଅନୁପ୍ରବେଶ ଏବଂ ଚୋରା ଚାଲାଣ ରୋକିବା ଉପରେ କାମ କରୁଛି ।

 

 

 

 

 

 

 

Latest Posts

Don't Miss