ଶ୍ରୀକ୍ଷେତ୍ରରେ ମନଲୋଭା ଦୃଶ୍ୟ, କଳାମେଘ କୋଳରେ ଶ୍ରୀମନ୍ଦିର

ପୁରୀ: ମେଘମାଳାକୁ, ନିନ୍ଦେ କଳାକୁ; ଚାହାଁବାରେ ମନ ଚକାଡ଼େ।ଳାକୁ । … ଆଜି ଶ୍ରୀକ୍ଷେତ୍ର ପୁରୀରେ ଦେଖିବାକୁ ମିଳିଥିଲା ଏଭଳି ଏକ ମନୋମୁଗ୍ଧକର ଦୃଶ୍ୟ, ଯାହା ହଜାର ହଜାର ଲୋକଙ୍କୁ ଭାବବିହ୍ୱଳ କରି ପକାଇଛି । ଆକାଶରେ ଢାଙ୍କିଥିଲା କଳାମେଘ । ବର୍ଷା ନଥିଲା । ପବନରେ ଫରଫର ଉଡୁଥିଲା ପତିତପାବନ ବାନା । ଆଜି ସକାଳୁ ସକାଳୁ ପରିବେଶ ଥିଲା ଗମ୍ଭୀର ।

ଆକାଶରେ ମେଘଥିଲା, କିନ୍ତୁ ବେଶ୍‌ କିଛି ଦୂରରୁ ସ୍ପଷ୍ଟ ଦିଶୁଥିଲା ଶ୍ରୀମନ୍ଦିର, ନୀଳଚକ୍ର ଓ ପତିତପାବନ ବାନା । ଏ ଦୃଶ୍ୟ ଥିଲା ବେଶ୍‌ ମନୋରମ, ତିତ୍ତାକର୍ଷକ । କିଛି ସମୟ ପାଇଁ ଏଦୃଶ୍ୟ ଶ୍ରୀକ୍ଷେତ୍ରରେ ସୃଷ୍ଟି କରିଥିଲା ଏକ ଭିନ୍ନ ପରିବେଶ । କରୋନା ସଂକ୍ରମଣ ଓ ଲକ୍‌ଡାଇଉନ୍‌ ଯୋଗୁ ଶ୍ରୀମନ୍ଦିରରେ ଶ୍ରୀଜିଉଁଙ୍କ ଦର୍ଶନ ମିଳୁନାହିଁ, ଭକ୍ତ ପାଗଳପ୍ରାୟ । ରଥଯାତ୍ରା ହେବ କି ନାହିଁ, ସେନେଇ ସମସ୍ତେ ଉଦ୍‌ବିଗ୍ନ ।

ପରିସ୍ଥିତି ଦେଖି ମାଳିକାଠାରୁ ଆରମ୍ଭ କରି ବିଭିନ୍ନ ପୌରାଣିକ କଥାବସ୍ତୁ ଓ କିମ୍ବଦନ୍ତୀ ନେଇ ନାନା କଥା ପ୍ରଚାର ହେଉଛି । ଏହି ସମୟରେ ଲୀଳାମୟଙ୍କର ଏଭଳି ଏକ ଲୀଳା ଦର୍ଶନ କରି ଭକ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ । କଳାମେଘ ଭିତରେ କଳାଠାକୁରଙ୍କ ଲୀଳା । ଅଦ୍‌ଭୂତ, ଅଦ୍‌ଭୂତପୂର୍ବ । ସଂକଟ ସମୟରେ ଶ୍ରୀଜିଉଙ୍କ ଏ ଲୀଳା ଦର୍ଶନ କରି ଭକ୍ତ ଅଭିଭୂତ । ବେଶ୍‌ କିଛି ସମୟ ଧରି ଆଜି ପୁରୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

Leave a Reply