ସେକ୍ସ ପାଇଁ ନଷ୍ଟ ହୋଇଗଲା ସ୍ପେନର ଏହି ସୁନ୍ଦର ସି-ବିଚ୍

1 min read

ଗ୍ରେନ କେନେରିଆ: ବିଦେଶ ଭ୍ରମଣ କଥା ଉଠିଲେ ମନକୁ ଆପେ ଆପେ ଆସିଯାଏ ୟୁରୋପ । ପ୍ରାକୃତିକ ସ୍ଥାନ, ଛୋଟ ଛୋଟ ଦ୍ବୀପ, ସୁନ୍ଦର ସି-ବିଚ୍ ସାରା ଦୁନିଆର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପ୍ରତ୍ୟେକ ଲୋକଙ୍କ ମନରେ ଇଚ୍ଛା ଥାଏ ଥରୁଟିଏ ହେଲେ ବି ୟୁରୋପ ଟୁରରେ ଯିବାକୁ । ଖାସ କରି ସ୍ପେନ୍ । ପ୍ରତିବର୍ଷ ଲକ୍ଷ ଲକ୍ଷ ବିଦେଶୀ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏହାଦ୍ବାର ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ଦୃଢ଼ ହୋଇଥାଏ । ହେଲେ ଏବେ ଏହି ପର୍ଯ୍ୟଟନ ସ୍ପେନ ପାଇଁ କାଳ ହେବାକୁ ବସିଛି । ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ଫଳରେ ନଷ୍ଟ ହେଉଛି  ସଂସ୍କୃତି, ବନ୍ୟପ୍ରାଣୀ, ଗଛଲତା, ପାଣି, ପବନ ଓ ଐତିହାସିକ ସ୍ଥଳ । ଆଉ ଏହାର ବଡ଼ କାରଣ ଖୁଲମଖୁଲା ସେକ୍ସ ବୋଲି କୁହାଯାଉଛି ।

ସ୍ପେନର ସୁନ୍ଦର ସ୍ଥାନମାନଙ୍କ ମଧ୍ୟରେ ଗ୍ରେନ କେନେରିଆ ଦ୍ବୀପ ଏମିତି ଏକ ସ୍ଥାନ ଯେଉଁଠିକୁ ଯିବାକୁ ପ୍ରାୟ ସବୁ ଲୋକଙ୍କ ପସନ୍ଦ କରିଥାନ୍ତି । ହେଲେ ପର୍ଯ୍ୟଟକଙ୍କ କାରଣରୁ ଏହା ଏବେ ନଷ୍ଟ ହେବାକୁ ବସିଛି ।

ଗ୍ରେନ କେନେରିଆ ପ୍ରାକୃତିକ ସଂରକ୍ଷଣ ସ୍ଥାନ ଓ ଜଙ୍ଗଲି ବାଲି ଶଯ୍ୟା ପାଇଁ ପ୍ରସିଦ୍ଧ । ବିଚରେ ଥିବା ଲାଇଟହାଉସ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ର ସାଜିଥାଏ । ଏହାକୁ ଦେଖିବାକୁ ସାରା ଦୁନିଆରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ଏଠାରେ ଥିବା ବାଲି ଶଯ୍ୟକୁ ୧୯୮୨ ମସିହାରେ ସଂରକ୍ଷିତ କରାଯାଇଛି । ଏହା ଆଫ୍ରିକା ଓ ୟୁରୋପର ପ୍ରବାସୀ ପକ୍ଷୀଙ୍କ ବିଶ୍ରାମ ସ୍ଥଳ ଭାବେ ପରିଚିତ । ହେଲେ ଏବେ ଏହା ବିଦେଶୀ ପର୍ଯ୍ୟଟଙ୍କ କବଜାରେ ।

ସୂର୍ଯ୍ୟଙ୍କ ରଙ୍ଗିନ କିରଣ, ସମୁଦ୍ରର ଶୀତଳ ପବନ, ଢେଉ ପରି ଦିଶୁଥିବା ବାଲି ଶଯ୍ୟାରେ ଅଚିହ୍ନା ଲୋକଙ୍କ ସହ ସେକ୍ସ ପାଇଁ ଗ୍ରେନ କେନେରିଆକୁ ପର୍ଯ୍ୟଟକ ଅଧିକ ପସନ୍ଦ କରିଥାନ୍ତି । ହେଲେ ଏହା ହିଁ ଏହି ପର୍ଯ୍ୟଟନ ସ୍ଥାନର ବିନାଶର କାରଣ ପାଲଟିଛି ।

ଏକ ଷ୍ଟଡିରୁ ଜଣାପଡିଛି ଏଠାରେ ଏମିତି ୨୯୮ଟି ସେକ୍ସ ସ୍ପଟ୍ ଚିହ୍ନଟ ହୋଇଛି । ଯାହା ବାଲି ଶଯ୍ୟାରେ ଥିବା ବୁଦୁ ବୁଦୁକିଆ ଜଙ୍ଗଲରେ ରହିଛି । ଯାହାକୁ ପର୍ଯ୍ୟଟକ ସେକ୍ସ ପାଇଁ ବ୍ୟବହାର କରୁଛନ୍ତି । ଯାହାର ପ୍ରଭାବ ଏଠାରେ ଥିବା ଔଷଧୀୟ ଗଛ ଓ ୮ ପ୍ରକାର ବନ୍ୟଜନ୍ତୁଙ୍କ ଉପରେ ପଡୁଛି ।

ରିପୋର୍ଟ ଅନୁସାରେ ଔଷଧୀୟ ଗଛଲତା ଓ ବାଲିକୁ ହଟାଇ ଏଠାରେ ସେକ୍ସ ପାଇଁ ଜାଗା ପ୍ରସ୍ତୁତ କରାଯାଇଥାଏ । ଏପରିକି ଏସବୁ ପ୍ରାକୃତିକ ସମ୍ପଦକୁ ବାଡ଼ ବନାଇ ଏଥିରେ ସିଗାରେଟ, କଣ୍ଡୋମ, ଟଏଲେଟ ପେପର ଓ ଡବା ପକାଯାଇଥାଏ । ବାଲି ଶଯ୍ୟାରେ ଶୌଚ ମଧ୍ୟ କରିବାକୁ ପଛାଇ ନଥାନ୍ତି ପର୍ଯ୍ୟଟକ ।

ସମୁଦ୍ର କୂଳରୁ ଏହି ସେକ୍ସ ସ୍ପଟଗୁଡିକ ଯେତେ ଦୂରରେ ଥାଏ ସେଠାରେ ଏମିତି ଆବର୍ଜନା ସେତେ ଅଧିକ ପଡ଼ିଥାଏ ଓ ପ୍ରଦୂଷଣ ସେତେ ଅଧିକ ହୋଇଥାଏ ।

ବାହାରୁ ଆସୁଥିବା ପର୍ଯ୍ୟଟକ ଏଠାରେ ସେକ୍ସରେ ଏମିତି ସମଗୁଲ ହୋଇଥାନ୍ତି ଯେ ଆବର୍ଜନା ପକାଇବାକୁ ରଖା ଯାଇଥିବା ଡଷ୍ଟବିନ୍ କିଛି ସମୟରେ ଭରି ଯାଇଥାଏ । ପରେ ପର୍ଯ୍ୟଟକ ପ୍ରାକୃତିକ ସମ୍ପଦକୁ ଡଷ୍ଟବିନ୍ ଭାବେ ବ୍ୟବହାର କରିବା ଆରମ୍ଭ କରିଦେଇଥାନ୍ତି ।

 

ରିପୋର୍ଟ ମୁତାବକ ଗ୍ରେନ କେନେରିଆରେ ଝିଟିପିଟି ପରି ଏକ ବିଶାଳକାୟ ଜୀବ ଦେଖାଯାଇଥାଏ । ଏମାନଙ୍କୁ ଦେଖିବାକୁ ମଧ୍ୟ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆଗ୍ରହ ଦେଖାଇଥାନ୍ତି । ହେଲେ ଏହି ଜୀବଙ୍କ ମୃତ୍ୟୁର କାରଣ ଏବେ ଏଠାରେ ଚାଲିଥିବା ଅବାଧ ସେକ୍ସ ହେବାକୁ ବସିଛି । ସେକ୍ସ ପରେ ପର୍ଯ୍ୟଟକ ଛାଡ଼ି ଯାଉଥିବା କଣ୍ଡୋମ ଖାଇ ଏମାନଙ୍କ ମୃତ୍ୟୁ ଘଟୁଛି ।

ସ୍ଥାନୀୟ ପ୍ରଶାସନ ପବ୍ଲିକ ସେକ୍ସକୁ ଶେଷ କରିବା ସପକ୍ଷରେ ନଥିଲେ ମଧ୍ୟ ପ୍ରାକୃତିକ ସମ୍ପଦକୁ ହାନି ନକରିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବୁଝାଉଛନ୍ତି । ହେଲେ, ବିଦେଶ ପର୍ଯ୍ୟଟଙ୍କ ଉପରେ ସ୍ଥାନୀୟ ପ୍ରଶାସନର ନା କୌଣସି ନିୟନ୍ତ୍ରଣ ରହୁଛି ନା ପ୍ରାକୃତିକ ସମ୍ପଦର ସୁରକ୍ଷା ପ୍ରତି ପର୍ଯ୍ୟଟକ ସଚେତନ ରହୁଛନ୍ତି । ଫଳରେ ଏଠାରେ  ବଢ଼ିବାରେ ଲାଗିଛି ସେକ୍ସ ସ୍ପଟ୍ ଓ ନଷ୍ଟ ହେବାକୁ ବସୁଛି ଗ୍ରେନ କେନେରିଆ ।

Leave a Reply