ପୋଲିସ ଉପସ୍ଥିତିରେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼

ଭୁବନେଶ୍ୱର: ପୋଲିସ ଉପସ୍ଥିତିରେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ । ସହିଦନଗର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଫାଇନାନ୍ସ କର୍ମଚାରୀଙ୍କୁ ପିଟି ରକ୍ତାକ୍ତ କଲେ ଦୁର୍ବୁର୍ତ୍ତ । ଆହତ କର୍ମଚାରୀ ଜଣଙ୍କ ହେଲେ ପବିତ୍ର ମୋହନ ମଲ୍ଲିକ । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପବିତ୍ର । ପୁରୀ ଜିଲ୍ଲା ନିମାପଡା  ଅଞ୍ଚଳରେ ପବିତ୍ରଙ୍କ ଘର । ଲୋନ୍ ଦେବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଫୋନରେ ଗାଳିଗୁଲଜ ଘଟଣା ପରେ ଏଭଳି ସାଙ୍ଘାତିକ ରୂପ ନେଇଛି । ଅତିରିକ୍ତ ଡିସିପି ଅଶୋକ ପାଣିଗ୍ରାହୀଙ୍କ ସମ୍ମୁଖରେ ଘଟଣା ଘଟିଛି । ଘଟଣା ଘଟିବା ପରେ ସହିଦନଗର ଥାନାକୁ ଜଣାଇଥିଲେ ଅତିରିକ୍ତ ଡିସିପି । ଏତଲା ଓ ସିସିଟିଭି ଆଧାରରେ ତଦନ୍ତକୁ ବ୍ୟାପକ କରାଯାଇଛି ।