ଦାଣ୍ଡ ଦୁଆରେ ଭାଲୁ, ଭୟଭୀତ ଗ୍ରାମବାସୀ

ଯାଜପୁର: ଏ ଦୁଆରରୁ ସେ ଦୁଆର, ସେ ଦୁଆରରୁ ଏ ଦୁଆର ବୁଲୁଛି ଭାଲୁ । ଭାଲୁକୁ ଦେଖି ଭୟଭୀତ ଗ୍ରାମବାସୀ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ସାଳିଜଙ୍ଗା ଗ୍ରାମରେ ବୁଲୁଛି ଭାଲୁ । ଗତ ୨ ଦିନ ହେବ ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳୁଛି । ଖାଦ୍ୟ ଅନ୍ୱେଷଣରେ ଭାଲୁଟି ପାଖ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି ।
ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ବନବିଭାଗ କର୍ମଚାରୀଙ୍କୁ ଖବର ଦିଆଯିବା ସହ ଭାଲୁକୁ ଜଙ୍ଗଲରେ ଛାଡିବାକୁ ଦାବି ହୋଇଛି । ସେପଟେ ଗାଣରେ ଭାଲୁକୁ ଦେଖି ଭୟଭୀତ ଗ୍ରାମବାସୀ । ଗାଁର କିଛି ଯୁବକ ଭାଲୁ ବୁଲୁଥିବାର ଦୃଶ୍ୟ ତାଙ୍କ ମୋବାଇଲ କ୍ୟାମେରାରେ କଏଦ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।