କାବୁ ହେଲା ହିଂସ୍ର ଭାଲୁ: ଗତକାଲି ଠାରୁ ଆତଙ୍କ ଖେଳାଇଥିଲା

1 min read

ଆନନ୍ଦପୁର: କାବୁ ହେଲା ହିଂସ୍ର ଭାଲୁ  । ହିଂସ୍ର ଭାଲୁ ଆକ୍ରମଣରେ ଦୁଇଜଣ ଗୁରୁତର  । ଆନନ୍ଦପୁର ବନଖଣ୍ଡ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ଏକ ହିଂସ୍ର ଭାଲୁ ଗତକାଲିଠୁ ଆତଙ୍କ ସୃଷ୍ଟି କରିଛି  । ବହୁ ଉଦ୍ୟମ ପରେ ଭାଲୁ ଟିକୁ କାବୁ କରିଛି ଜଙ୍ଗଲ ବିଭାଗ ।   ଗତକାଲି ଭାଲୁଟି ଜଙ୍ଗଲ ବିଭାଗ କର୍ମଚାରୀଙ୍କ ବାଇକ ଟିକୁ ଘୋଷାରି ଜଙ୍ଗଲ ଭିତରକୁ ନେଉଥିବାର ଦୃଶ୍ୟ ସାମ୍ନା କୁ ଆସିଥିଲା । ଆଜି ଭାଲୁଟି ପୁରୁଣାବାନ୍ଦଗୋଡା ଗାଁ ଭିତରେ ପଶି ଦୁଇ ଜଣଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଥିଲା  । ଗାଁର ସୁଧାଂଶୁ ପଟ୍ଟନାୟକ ଓ ତାଙ୍କ ମାମୁଁ ଗୋଲକ ବେହେରା ଶୌଚ ପାଇଁ ବାହାରକୁ ବାହାରି ଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି  । ଆହତ ଦୁଇଜଣଙ୍କୁ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆନନ୍ଦପୁର ବନବିଭାଗ ଦ୍ୱାରା ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଭାଲୁ ଟିକୁ କାବୁ କରାଯାଇଛି  ।

ଏଥିସହିତ ପଢ଼ନ୍ତୁ: WhatsApp, Facebook ସର୍ଭର ଡାଉନ୍, ପଠାଇ ହେଉନି ମେସେଜ୍

Leave a Reply