spot_img

Latest Posts

କାମାକ୍ଷାନଗରରେ ଭାଲୁ ଆତଙ୍କ, ଆକ୍ରମଣରେ ଦୁଇ ଗୁରୁତର

କାମାକ୍ଷାନଗର: କାମାକ୍ଷାନଗରରେ ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛି। ଗୁରୁତର ଦୁଇ ଜଣ ବ୍ରାହ୍ମଣିଆ ଗାଁର ଧରମା ନାୟକ ଓ ପବିତ୍ର ନାୟକ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଉଭୟ ଆଜି ଭୋର ସମୟରେ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ । ସେଠାରେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା ।

ଆକ୍ରମଣରେ ଧରାମାଙ୍କ ଡାହାଣ ଆଖି, ବାମ କାନ୍ଧରେ ଗଭୀର ଆଘାତ ଲାଗିଥିବା ବେଳେ ପବିତ୍ରଙ୍କ ବାମହାତ ଓ ବାମ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Latest Posts

Don't Miss