ଜଙ୍ଗଲକୁ ଛାଡ଼ି ଜନବସତୀ ଆଡ଼କୁ ମାଡ଼ି ଆସୁଛନ୍ତି ବନ୍ୟଜନ୍ତୁ

କେନ୍ଦୁଝର: ଗାଁ ଓ ସହର ମୁହାଁ ହେଉଛନ୍ତି ଜଙ୍ଗଲୀ ବନ୍ୟ ଜନ୍ତୁ । ଜଙ୍ଗଲ ଛାଡ଼ି ଏମାନେ ଧାଉଁଛନ୍ତି ଜନବସତି ଆଡ଼କୁ । କେତେବେଳେ ଗାଁ ତ କେତେବେଳେ ରାଜରାସ୍ତାରେ ପହଞ୍ଚୁଛନ୍ତି ଏମାନେ । କିଛିଦିନ ତଳେ ଖୋର୍ଦ୍ଧା ଟାଉନରେ ହାତୀ ଦେଖିବାକୁ ମଳିଥିବା ବେଳେ ଏବେ ଗାଁରେ ପଶିଛି ଭାଲୁ । ଘଟଣାଟି ହେଉଛି କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ପୁରୁଣା ବାନ୍ଦୋଗଡା ଗାଁର ।

ବାନ୍ଦୋଗଡା ଗାଁର ଜଣଙ୍କ ଘରେ ଭାଲୁ ଘରେ ପଶିଥିବା ଦେଖିବାକୁ ମିଳିଛି  । ହଠାତ ଭାଲୁଟି ଘରେ ପଶିଯିବାରୁ ପରିବାର ଲୋକେ ଭୟଭିତ ହୋଇ ପଡିଥିଲେ । ଗତକାଲି ରାତି ୯ଟାରେ ଭାଲୁଟି ଗାଁର ବୈକୁଣ୍ଠ ମହାନ୍ତିଙ୍କ ବାଡିପଟ ଦେଇ ଘର ଭିତରକୁ ପଶିଆସିଥିଲା  । ଭାଲୁକୁ ଦେଖି ପରିବାର ଲୋକେ ଭୟରେ ଘରୁ ପଦାକୁ ଦୌଡି ପଳାଇଥିଲେ । କିଛି ସମୟ ପରେ ଗାଁର କିଛି ଯୁବକ ଓ ଜଙ୍ଗଲ ବିଭାଗ ପହଁଞ୍ଚି ଭାଲୁକୁ ଘର ଭିତରୁ ବାହାର କରିଥିଲେ  ।

Leave a Reply