ସାବଧାନ ! ସାନିଟାଇଜର ମାରିଲେ ହେଉଛି କ୍ୟାନସର !

1 min read

ନୂଆଦିଲ୍ଲୀ: ସାବଧାନ ! ସାନିଟାଇଜର ମାରିଲେ ହେଉଛି କ୍ୟାନସର ! ଆମେରିକାର ଲାବୋରେଟୋରୀ ‘ଭେଲିସୁର’ର ଅନୁସନ୍ଧାନ ପରେ ଆସିଲା ସାଂଘାତିକ ତଥ୍ୟ  । ୧୬୮ଟି ବ୍ରାଣ୍ଡର ସାନିଟାଇଜରକୁ ନେଇ ଏଭଳି ଏକ ଗବେଷଣା କରାଯାଇଥିଲା  ।  କରୋନା ଭାଇରସ ଆସିବା ପରଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଉଭା ହୋଇଛି ସାନିଟାଇଜର । ମାସ୍କ, ସାମାଜିକ ଦୂରତା ସହ କିଛି ସମୟ ବ୍ୟବଧାନରେ ହାତ ସାନିଟାଇଜ କରିବାକୁ ପରାମର୍ଶ ଦେଉଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ହେଲେ ସାନିଟାଇଜରକୁ ନେଇ ଆସିଥିବା ତଥ୍ୟ ଏବେ ଚିନ୍ତାଜନକ ପାଲଟିଛି । ଖୁଚୁରା ବଜାରରୁ ବ୍ରାଣ୍ଡେଡ ସାନିଟାଇଜରର ଅଭାବ ପୂରଣ କରିବାକୁ ବହୁ ବେନାମୀ ବ୍ରାଣ୍ଡର ସାନିଟାଇଜର ବଜାରରେ ପ୍ରବେଶ କରିଛି । ହେଲେ ନନ୍ ବ୍ରାଣ୍ଡ ସାନିଟାଇଜରରେ ମିଶାଯାଉଛି ବେନଜିନ୍, ଟ୍ରାଇକ୍ଲୋଜାନ ଭଳି ମାରାତ୍ମକ କେମିକାଲ । ଯାହା ମଣିଷ ଶରୀରରେ କ୍ୟାନସର ଭଳି ଭୟାନକ ରୋଗ ସୃଷ୍ଟି କରୁଛି ।

ସାନିଟାଇଜର ବ୍ୟବହାର କଲେ କ୍ୟାନସର କିମ୍ବା ଚର୍ମ ରୋଗର ଆଶଙ୍କା ରହିଛି କି ନାହିଁ ବୋଲି ଏକ ଗବେଷଣା କରାଯାଇଥିଲା । ଆମେରିକାର ଲାବରୋଟେରୀ ‘ଭେଲିସୁର’ ୨୬୦ ବୋତଲ ସାନିଟାଇଜର ନେଇ ଗବେଷଣା କରିଥିଲା । ସେଥିରୁ ୪୪ଟି ସାନିଟାଇଜରରେ ବେନଜିନ ସମେତ ଅନ୍ୟ ମାରାତ୍ମକ କେମିକାଲ୍ ବ୍ୟବହାର କରାଯାଉଥିବା ଜଣାପଡିଛି ।

ବେନଜିନ ଏକ ତରଳ ରସାୟନ ପଦାର୍ଥ, ଏହା ରଙ୍ଗହୀନ । କିନ୍ତୁ କେବେ କେବେ ସାମାନ୍ୟ ତାପମାତ୍ରାରେ ଏହା ନାଲି ହୋଇଯାଏ । ମାତ୍ରାଧିକ ବେନଜିନ ସଂସ୍ପର୍ଶରେ ଆସିଲେ ଶରୀରର ରକ୍ତ କଣିକା ଠିକ୍‌ ଭାବେ କାମ କରେନାହିଁ । ବେଳେବେଳେ ରକ୍ତ କଣିକା ତିଆରି ବନ୍ଦ ହୋଇଯାଏ । ଏହାଛଡ଼ା ଶରୀରରେ ହ୍ବାଇଟ୍ ବ୍ଲଡସେଲ୍ ହ୍ରାସ ହେବାକୁ ଲାଗେ । ଯେଉଁଥିପାଇଁ ଦେହରେ ରୋଗପ୍ରତିରୋଧକ ଶକ୍ତି କମିଯାଏ  । ଚର୍ମ ରୋଗ, କର୍କଟ ଭଳି କେତେକ ମାରାତ୍ମକ ରୋଗ ଦେଖାଯାଇଥାଏ । ଭେଲୁସୁର ପକ୍ଷରୁ ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନକୁ ବା FDAକୁ ଚିଠି ଲେଖି ଅବଗତ କରାଯାଇଛି । ବ୍ୟୁରୋ ରିପୋର୍ଟ ନନ୍ଦିଘୋଷ ଟିଭି  ।

Leave a Reply