ଆପଣ ଦୁଇଟି ପିଲାର ବାପ ମା’ କି ? ତେବେ ନିଶ୍ଚୟ ପଢ଼ନ୍ତୁ ଏହି ଖବର

1 min read

ବାହା ହୁଅ, କିନ୍ତୁ ଗୋଟିଏ ଛୁଆରେ ସଂସାର ସୀମିତ କର । ନ ହେଲେ ବେକାର ହୋଇ ବୁଲିବେ, ମାନେ ସରକାର ଆପଣଙ୍କୁ ଚାକିରି ଦେବେନି । ଆପଣଙ୍କୁ ଏ କଥା ଅବିଶ୍ୱସନୀୟ ଲାଗୁଥାଇପାରେ ।

ସତକଥା ହେଉଛି, ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଯାଇ ସରକାର ଏମିତି ଏକ ନିଷ୍ପତ୍ତି ନେଇଛନ୍ତି । ଆସାମର ବିଜେପି ସରକାର ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ୨୦୨୧ ଜାନୁଆରୀ ପହିଲାରୁ ରାଜ୍ୟରେ ଏହି ନିୟମ ଲାଗୁ ହେବ । ୨ରୁ ଅଧିକ ଛୁଆ ଥିବା ବ୍ୟକ୍ତି ସରକାରୀ ଚାକିରି ପାଇଁ ଅଯୋଗ୍ୟ ହୋଇଯିବେ । ଏ ନେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

୨୦୧୭ ମସିହା ସେପ୍ଟେମ୍ବର ମାସରେ ଆସାମ ବିଧାନସଭାରେ ଜନସଂଖ୍ୟା ଓ ମହିଳା ସଶକ୍ତିକରଣ ନୀତି ପାରିତ ହୋଇଥିଲା । ନୂଆ ନିୟମ ଅନୁଯାୟୀ, ୨ରୁ ଅଧିକ ଛୁଆ ଥିବା ବ୍ୟକ୍ତି ସରକାରୀ ଚାକିରି ପାଇଁ ଅଯୋଗ୍ୟ ହେବେ । ଏପରିକି ଚାକିରି କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଲାଗୁ ହେବାର ଯୋଜନା ହୋଇଥିଲା ।

ଚଳିତ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଦ୍ରୁତଗତିରେ ବଢ଼ୁଥିବା ଜନସଂଖ୍ୟାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଛୋଟ ପରିବାର ରଖିବା ଏକ ପ୍ରକାର ଦେଶଭକ୍ତି ବୋଲି ମୋଦି କହିଥିଲେ । ଦେଶର ବିକାଶରେ ଛୋଟ ପରିବାରର ଯୋଗଦାନ ରହୁଛି । ଏଭଳି ବ୍ୟକ୍ତିଙ୍କୁ ସମ୍ମାନ କରାଯିବ ଉଚିତ୍ ବୋଲି ଭାଷଣରେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଯଦିଓ ଓଡ଼ିଶାରେ ଏହି ନିୟମ ଲାଗୁ ହୋଇନି, ପରେ ପରେ ଲାଗୁ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ')}

Leave a Reply