ସାବଧାନ ! ଏପରି ଲକ୍ଷଣ ଦେଖାଯାଉଥିଲେ ହୋଇପାରେ ଓମିକ୍ରନ୍…

ନୂଆଦିଲ୍ଲୀ : କରୋନାର ତୃତୀୟ ଲହର ଆସିସାରିଥିବା ବେଳେ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ବିପୁଳ ମାତ୍ରାରେ ବଢ଼ିବାରେ ଲାଗୁଛି । ଭାରତରେ ଗତ ୨୪ ଘଣ୍ଟାରେ  ୧.୬୮ ଲକ୍ଷ କରୋନା ମାମଲା ଆସିଥିବା ବେଳେ ଓମିକ୍ରନର ୪ ହଜାର ୪ ଶହ ୬୧ ମାମଲା ଦେଖାଦେଇଛି । ବିଶେଷଜ୍ଞଙ୍କ ମତରେ ଓମିକ୍ରନ ଲୋକଙ୍କୁ ଅଧିକ କ୍ଷତି କରୁନଥିଲେ ମଧ୍ୟ ଏହି ରୋଗରେ ସଂକ୍ରମିତ ଅନେକ ଲୋକ ସୁସ୍ଥ ହେବା ପରେ ମଧ୍ୟ ତାଙ୍କ ଶରୀରରେ ଅନେକ ସମସ୍ୟା ଦେଖାଦେଉଛି । ଏଥିସହ କୋଭିଡର ଲକ୍ଷଣ ମଧ୍ୟ ପରଲକ୍ଷିତ ହେଉଛି ।

କୋଭିଡରେ ଦେଖାଯାଉଥିବା ‘ବ୍ରେନ୍ ଫଗ୍’ ଭଳି ଦୁର୍ଲଭ ଲକ୍ଷଣ ଓମିକ୍ରନ ଭାରିଆଣ୍ଟରେ ମଧ୍ୟ ଦେଖାଯାଉଛି ବୋଲି ୟୁନାଇଟେଡ୍ କିଙ୍ଗଡମ୍ ରିପୋର୍ଟ ଦେଇଛି । ଗତ କିଛି ମାସ ହେବ କୋଭିଡରେ ବ୍ରେନ୍ ଫଗ୍ ଦେଖାଯିବା ଏକ ସାଧାରଣ ଲକ୍ଷଣ । ଜ୍ୱର, ଥଣ୍ଡା, କାଶ ଏବଂ ଅଣନିଶ୍ୱାସୀ ଲକ୍ଷଣ ଏଥିରେ ସାମିଲ ନୁହଁ । ଅଲବାମା ବିଶ୍ୱବିଦ୍ୟାଳୟ ବର୍ମିଘମର ନ୍ୟୁରୋଲୋଜିଷ୍ଟ ଡ.ସୃତି ଅଗ୍ନିହୋତ୍ରୀଙ୍କ ମୁତାବକ ବ୍ରେନ୍ ଫଗରେ ଅତ୍ୟଧିକ ମୁଣ୍ଡବ୍ୟଥା ଏବଂ ସ୍ମୃତି ଶକ୍ତି ହରାଇବା ଭଳି ସମସ୍ୟା ଦେଖାଯାଏ । ଡ. ସୃତିଙ୍କ କହିବାନୁସାରେ ଅନେକ ସମୟ କରୋନା ରୋଗୀ ଜ୍ୱର କିମ୍ୱା ଅଣନିଶ୍ୱାସୀ ଭଳି ସମସ୍ୟାରୁ ମୁକ୍ତି ପାଇଥାନ୍ତି ମାତ୍ର, ପରେ ଏହି ରୋଗୀଙ୍କର ଧିରେ ଧିରେ ସ୍ମୃତି ଶକ୍ତି ହ୍ରାସ ହୋଇଥାଏ । ଏହାକୁ ବ୍ରେନ୍ ଫଗ୍ କୁହାଯାଏ । ମୁଣ୍ଡବ୍ୟଥା ଏବଂ ସ୍ମୃତି ଶକ୍ତି କମିଯିବା ଭଳି ଲକ୍ଷଣ ଅନେକ ରୋଗୀଙ୍କଠାରେ ଦେଖାଯାଏ । କାର୍ଯ୍ୟରେ ଧ୍ୟାନ ନ ଲାଗିବା କିମ୍ୱା ବିରକ୍ତଭାବ ଆସିବା ମଧ୍ୟ ବ୍ରେନ୍ ଫଗର ଲକ୍ଷଣ ।

 

Leave a Reply