ସରପଞ୍ଚଙ୍କ ସଟ୍‌ଡାଉନ୍ ଆଦେଶକୁ ବାତିଲ କଲେ ବିଡିଓ, ଦ୍ୱନ୍ଦ୍ୱରେ ସାଧାରଣ ଜନତା

ଯାଜପୁର: ଜିଲ୍ଲାପାଳ କ୍ଷମତା ନେଇ ସରପଞ୍ଚ ଓ ବିଡିଓ ମୁହାଁମୁହିଁ । ଯାଜପୁର ଜିଲ୍ଲା ବଡ଼ଚଣା ସୁଙ୍ଗୁଡା ସରପଞ୍ଚ ଚାଚାଲିନ ସ୍ୱାଇଁ ଗତକାଲି ସଂଧ୍ୟାରୁ ୪୮ ଘଣ୍ଟା ପାଇଁ ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଥିଲେ । କରୋନା ମୁକାବିଲା ପାଇଁ ମିଳିଥିବା ଜିଲ୍ଲାପାଳ କ୍ଷମତା ଆଧାରରେ ସଟ୍‌ଡାଉନ୍‌ ଘୋଷଣା କରିଥିଲେ ସରପଞ୍ଚ ।

ଚଣ୍ଡିଖୋଲ ଛକରେ ବାହାର ରାଜ୍ୟ ଲୋକ ଚଳପ୍ରଚଳ କରୁଥିବାରୁ ସଂକ୍ରମଣ ଆଶଙ୍କାରେ ସେ ସଟ୍‌ଡାଉନ୍‌ କରିଥିଲେ । ତେବେ ବଡ଼ଚଣା ବିଡିଓ କହିଛନ୍ତି, କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲୋକ ନିୟମ ମାନୁ ନଥିଲେ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିପାରିବେ । ତେଣୁ ସରପଞ୍ଚଙ୍କ ସଟ୍‌ଡାଉନ୍‌ ଘୋଷଣାକୁ ବିଡିଓ ସ୍ଥଗିତ ରଖିଛନ୍ତି ।

ଜିଲ୍ଲାପାଳଙ୍କ ଅନୁମତି ନେଇ ସେଭଳି ସ୍ଥିତି ଆସିଲେ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିବେ ବୋଲି ବିଡିଓ କହିଛନ୍ତି । ସେପଟେ ସରପଞ୍ଚ ଓ ବିଡିଓଙ୍କ ମଧ୍ୟରେ ଟଣାଓଟରାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ସାଧାରଣ ଲୋକ ଓ ବ୍ୟବସାୟୀ । ଚଣ୍ଡିଖୋଲ ଛକରେ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଛି ।

Leave a Reply