spot_img

Latest Posts

ଟ୍ରାକ୍ଟରରେ ବସି ଦୁର୍ଗମ ଅଞ୍ଚଳ ସମୀକ୍ଷା କଲେ ବିଡ଼ିଓ

ନନ୍ଦିଘୋଷ ବ୍ୟୁରୋ: ଟ୍ରାକ୍ଟରରେ ବସି ଦୁର୍ଗମ ଅଞ୍ଚଳ ସମୀକ୍ଷା କଲେ ବିଡ଼ିଓ । ଲଗାଣ ବନ୍ୟାରେ ମାଲକାନାଗିରିର କିଛି ଦୁର୍ଗମ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏନେଇ ଖଇରପୁଟ ବିଡିଓ ଉମାଶଙ୍କର କୋୟାଙ୍କ ସମେତ ସ୍ଥାନୀୟ ସରପଞ୍ଚ ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି। ଲଗାଣ ବର୍ଷାରେ ରାସ୍ତା, ଘାଟ ଧୋଇ ହୋଇଥିବାରୁ ରାସ୍ତାରେ ଗାଡି ନଯାଇପାରିବାରୁ ଟ୍ରାକ୍ଟରରେ ବସି ବନ୍ୟା ପରିସ୍ଥିତି ସମୀକ୍ଷା କରିଥିଲେ। ରାସ୍ତାଘାଟକୁ ଅବ୍ୟବସ୍ଥାକୁ ଦେଖି ପୁନଃ ନିର୍ମାଣ କରାଯିବ ବୋଲି ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି।

ଏହାପରେ ମାଲକାନାଗିରିର ଚେପୁଲପଡା, ଢେମସାପଦର, ବୋରଗୁଡା, ବାଲି ଆମ୍ବ ଓ କରମି ଗାଁକୁ ମଧ୍ୟ ବିଡିଓ ପରିଦର୍ଶନ କରିଥିଲେ।

Latest Posts

Don't Miss