ମହାବାତ୍ୟା ପରେ ନିର୍ମିତ ବାତ୍ୟା ଆଶ୍ରୟସ୍ଥଳୀ ଏବେ ଜରାଜୀର୍ଣ୍ଣ: ମରାମତି ନେଇ ପ୍ରତିଶ୍ରୁତି ଦେଲେ ବିଡିଓ

କୋଣାର୍କ: ବିତିଯାଇଛି ୨୧ ବର୍ଷ, ହେଲେ ପୂରଣ ହୋଇନି କ୍ଷତ ଚିହ୍ନ । ପୂରୁଣା ଦିନର ସେ କରାଳ ରୂପକୁ ଆଜି ଯାଏଁ ଭୁଲି ନାହାନ୍ତି ଲୋକେ  । ୧୯୯୯ ମସିହା ଅକ୍ଟୋବର ମାସ ୨୯  ତାରିଖର କଥା ମନେ ପଡ଼ିଲେ ସାମ୍ନାକୁ ଆସିଯାଏ ସେହି ଭୟଙ୍କର କାଳରାତ୍ରୀ ମହାବାତ୍ୟାର ଚିତ୍ର  । ଯେଉଁଥିରେ ଭୁଶୁଡ଼ିଥିଲା ଲକ୍ଷଲକ୍ଷ ଘର ଆଉ ଭାଙ୍ଗିଥିଲା ସୁନାର ସଂସାର  । ୧୯୯୯ ମସିହା ମହାବାତ୍ୟାରୁ ପୁରିଛି ୨୧ ବର୍ଷ । ହେଲେ ଏବେବି ଅପୂରଣୀୟ ହୋଇ ରହିଛି ସେହି ଅଜଣା କ୍ଷତ । କାଳ ରାତ୍ରୀକୁ ପ୍ରକୃତିର କରାଳ ରୂପ କଥା ଭାବିଲେ ଏବେବି କମ୍ପିଉଠୁଛି ଦେହ ।

ସେହି ଅମଙ୍ଗଳ ଶୁକ୍ରବାରରେ କିଏ ନିଜ ପରିବାରକୁ ହରାଇଥିଲା ତ କିଏ ସର୍ବହରା ହୋଇଯାଇଛି । ଏହାରି ଭିତରେ ୨୧ ବର୍ଷା ବିତିଯାଇଛି । ହେଲେ ସେ ଦିନର ସେହି ବିଭିଷିକାକୁ ଏଯାଏଁ ଭୁଲି ପାରି ନାହାନ୍ତିଁ ଲୋକେ । ଆଉ ପ୍ରକୃତିର ସେହି ତାଣ୍ଡବକୁ ବଖାଣିବା ମାତ୍ରେ ଆଖିରୁ ଘନେଇ ଆସୁଛି ଲୋତକର ଧାର । ୧୯୯୯ ମସିହାର ସେହି ପ୍ରଳୟଙ୍କାରୀ ମହାବାତ୍ୟାକୁ ପୁରିଛି ୨୧ ବର୍ଷ । ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଉଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ର ବଦଳିନାହିଁ ଚିତ୍ର । ସରକାରୀ ଓ ବେସରକାରୀ ଉଦ୍ୟମରେ ନିର୍ମାଣ ହୋଇଛି ୧୭ ବାତ୍ୟାଆଶ୍ରୟସ୍ଥଳୀ ।

ହେଲେ ରକ୍ଷଣା ବେକ୍ଷଣା ଅଭାବ ଜରାଜୀର୍ଣ ହୋଇଛି ଏହି ଗୃହ । ଅପରପକ୍ଷେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ପଞ୍ଚାୟତ କାର୍ଯ୍ୟକ୍ରମ ମାଧ୍ୟମରେ ମରାମତି କରାଯିବ ବୋଲି ସ୍ଥାନୀୟ ବିଡିଓ କହିଛନ୍ତି । ଖୁବ ଶୀଘ୍ର ଏହି ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ମରାମତି  ନହେଲେ ମହାବାତ୍ୟା ପରେ ଉପକୂଳବାସୀଙ୍କ ସୁରକ୍ଷା ପାଇଁ ଆଗେଇ ଆସିଥିବା ବିଭିନ୍ନ ବେସରକାରୀ ଅନୁଷ୍ଠାନ ମାନଙ୍କ ସାହାଯ୍ୟ ସହଯୋଗ ବୃଥା ଯିବ ଏଥିରେ ସନ୍ଦେହ ନାହିଁ ।

ଅଶୁଭ ଶୁକ୍ରବାରର ମହାବାତ୍ୟା; କ୍ଷତ ଶୁଖିଛି ହେଲେ ଦରଜ ଯାଇନି

Leave a Reply